ବାୟୁ ପ୍ରଦୁଷଣ ଯୋଗୁଁ କମୁଛି କୋଭିଡ୍‌ ଟିକାର ପ୍ରଭାବ

ନୂଆଦିଲ୍ଲୀ – ବାୟୁ ପ୍ରଦୁଷଣ ଯୋଗୁଁ କୋଭିଡ୍‌ ଟିକାର ପ୍ରଭାର ହ୍ରାସ ପାଉଥିବା ଏକ ଗବେଷଣାରୁ ଜଣା ପଡିଛି । ବାୟୁ ପ୍ରଦୁଷଣ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । କୋଭିଡ୍‌ ଟିକାରେ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ପ୍ରକ୍ରିୟାକୁ ଏହା ପ୍ରଭାବିତ କରୁଥିବା ସ୍ପଷ୍ଟ ହୋଇଛି । ପିଏମ୍‌୨.୫ ସହ ନାଇଟ୍ରୋଜେନ୍‌ ଡାଇ ଅକ୍ସସାଇଡ୍‌ ଏବଂ ବ୍ଲାକ୍‌ କାର୍ବନ ବା ଅଙ୍ଗାରକାମ୍ଳ ଯୋଗୁଁ ଆଣ୍ଟିବଡି ତିଆରି ହେବା ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଉଛି ।

prayash

ଆଇଜିଏମ୍‌ ଏବଂ ଆଇଜିଜି ଆଣ୍ଟିବଡି ବୃଦ୍ଧି ପାଇବାରେ ଏହା ପ୍ରଭାବ ପକାଉଥିବା ଏହି ଗବେଷଣାରୁ ତଥ୍ୟ ଉପଲବ୍ଧ ହୋଇଛି ।

ଏହି ଗବେଷଣା ଜର୍ଣ୍ଣାଲ୍‌ ଅଫ୍‌ ହେଲ୍ଥ୍‌ ପରସ୍‌ସ୍ପେକ୍ଟିଭ୍‌ରେ ପ୍ରକାଶିତ ହୋଇଛି । ମଣିଷରୁ ସ୍ୱାସ୍ଥ୍ୟ ଉପରେ ବାୟୁ ପ୍ରଦୁଷଣର ବହୁ ଖରାପ ପ୍ରଭାବ ପଡୁଥିବା ଏଥିରେ ଦର୍ଶାଯାଇଛି ।

Comments are closed.