www.samajalive.in
Sunday, December 14, 2025
26.1 C
Bhubaneswar

ହରଭଙ୍ଗା ବ୍ଲକରେ ମିଶନଶକ୍ତି ଗୃହ ଉଦଘାଟନ କଲେ ମନ୍ତ୍ରୀ

ହରଭଙ୍ଗା: ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌‌ ଗୁରୁବାର ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ପୁରୁଣାକଟକସ୍ଥିତ କଲ୍ୟାଣମଣ୍ଡଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱାସ୍ଥ୍ୟ ଶିବିରକୁ ମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହାପରେ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୫୩ଲକ୍ଷ ୮୧ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହକୁ ମନ୍ତ୍ରୀଙ୍କ କରକମଳରେ ଉଦଘାଟନ କରିଛନ୍ତି। ଏହା ସହିତ ୧କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ବ୍ଲକ ସଭାଗୃହ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶେଷରେ ଚାରିଛକଠାରେ ୮୨ଲକ୍ଷ ୯୬ହଜାର ୨୮୨ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ଆଦର୍ଶ ଦୁଗ୍ଧ ଶୀତଳିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମହାନଦୀ ଫ୍ରେସର ଗାଡ଼ିର ଶୁଭ ଉଦଘାଟନ କରିଛନ୍ତି। ଶେଷରେ ଦନ୍ତାପାଲ୍ଲୀଠାରେ ମାହେଶ୍ୱରୀ ଗୋ-ଶାଳାର ଶିଳାନ୍ୟାସ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା। ବ୍ଲକ କାର୍ଯ୍ୟାଳୟ ପାର୍ଶ୍ବରେ ନିର୍ମାଣ ହୋଇଥିବା ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉ୍‌‌ଦଘାଟନ କରିଥିଲେ। ମନ୍ତ୍ରୀ ବଡବନ୍ଧ କନ୍ୟାଶ୍ରମସ୍ଥିତ ୫ଟି ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ବୌଦ୍ଧ ଏନଏସି ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ର, ହରଭଙ୍ଗା ବ୍ଲକ ଚେୟାରମ୍ୟାନ ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ ପ୍ରଧାନ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବୌଦ୍ଧ ସିଡିଭିଓ ଡାକ୍ତର ପ୍ରଦୀପ କୁମାର ରଥ, ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର ପୃଷ୍ଟି, ବୌଦ୍ଧ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories