www.samajalive.in
Saturday, December 13, 2025
26.1 C
Bhubaneswar

ବିଜେପି ପାଳନ କରୁଛି ୪୪ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ :  ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଳନ କରୁଛି ୪୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାର୍ଟିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ପାର୍ଟିର କାର୍ଯ୍ୟକର୍ତ୍ତା, ସାଂସଦ ଓ ବିଧାୟକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌‌ବୋଧନ ଦେଇ କହିଛନ୍ତି, ସାମାଜିକ ନ୍ୟାୟ କେବଳ ଏକ ରାଜନୈତିକ ସ୍ଲୋଗାନ ନୁହେଁ ବରଂ ଏହା ବିଜେପି ପ୍ରତି ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ । ବିଜେପି ଦେଶ ସେବା ପାଇଁ ସମର୍ପିତ। ଏହା ସର୍ବଦା ରାଷ୍ଟ୍ରହିତ ସର୍ବୋପରି ଆଧାରରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଅନେକ ରାଜନୈତିକ ଦଳ ଲୋକମାନଙ୍କର ମଙ୍ଗଳ ପରିବର୍ତ୍ତେ କିଛି ପରିବାରର ମଙ୍ଗଳ ଦିଗରେ କାର୍ଯ୍ୟ କରିଛନ୍ତି।
ଶ୍ରୀ ମୋଦୀ ଦୁର୍ନୀତି ନିବାରଣ, ପ୍ରିୟାପୀତି ତୋଷଣର ଦୂରୀକରଣ ଓ ଆଇନ ଶୃଙ୍ଖଳା ରକ୍ଷା ପ୍ରତି ତାଙ୍କର ବଚନବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି, ଯେତେବେଳେ ଜନସଂଘ ଗଠନ ହେଲା ଏହାର କୌଣସି ରାଜନୈତିକ ଅଭିଜ୍ଞତା ନ ଥିଲା କିମ୍ବା ଏହା ପାଖରେ କିଛି ସମ୍ବଳ ନ ଥିଲା। ଏହା କେବଳ ଦେଶ ଓ ଗଣତନ୍ତ୍ର ପ୍ରତି ନିଜକୁ ଉତ୍ସର୍ଗ କରିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଆଜି ଦେଶରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରସାର କରିଛି । ଏକ ଭାରତ, ଶ୍ରେଷ୍ଠ ଭାରତ ପାର୍ଟିର ମନ୍ତ୍ର ଓ ଲକ୍ଷ୍ୟ ହୋଇଛି।
ଶ୍ରୀ ମୋଦୀ, ପାର୍ଟିର ଶହ ଶହ କର୍ମୀଙ୍କ ସେବା ଓ ବଳିଦାନକୁ ସ୍ମରଣ କରିଛନ୍ତି । ବିଜେପିକୁ ମଜଭୁତ କରିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି । ବିଜେପି କର୍ମୀମାନଙ୍କୁ ଉଦ୍‌‌ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ବିଜେପିର କର୍ମୀମାନେ ନିଜକୁ କେବଳ ନିର୍ବାଚନ ଜିତିବା ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ, ସେମାନେ ଜନସାଧାରଣଙ୍କ ହୃଦୟକୁ ଜିତିବା ପ୍ରତି ଗୁରୁତ୍ୱ ଦେବା ଉଚିତ।
ବିଜେପି ଆଜିଠାରୁ ସାମାଜିକ ନ୍ୟାୟ ସପ୍ତାହ ମଧ୍ୟ ପାଳନ କରୁଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଆସନ୍ତା ୧୧ ତାରିଖରେ ପାର୍ଟି ସଦସ୍ୟମାନେ ମହାନ ସମାଜସେବୀ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ପାଳନ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories