www.samajalive.in
Sunday, December 7, 2025
16.1 C
Bhubaneswar

୨୨ ଟିକିଆ ହାତୀପଲ ପାଇଁ କୃଷକ ଆଖିରୁ ହଜିଯାଇଛି ନିଦ

ଗୁରୁଡିଝାଟିଆ : କୃଷକ ଆଖିରେ ଏବେ ନିଦ ନାହିଁ। ରାତି କଟୁଛି ଗଛ ଉପରେ କରିଥିବା ମଞ୍ଚାରେ। ପିଲାଛୁଆଙ୍କୁ ଛାଡି ସଞ୍ଜ ହେଲେ ଫସଲ କିଆରୀକୁ ହାତୀ କବଳରୁ ରକ୍ଷା କରିବା ପାଇଁ ଜୀବନ ଏକପ୍ରକାର ବନ୍ଧା ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୁଣ୍ଟୁଣୀ ବନାଞ୍ଚଳରେ । ୨୨ଟିକିଆ ହାତୀପଲ ଅପରାହ୍ନ ୩ଟାରୁ କଖଡି-କପୁରସିଂ ରାସ୍ତା ବରଦେଇ ନିକଟରେ ଆଡ୍ଡା ଜମାଇଛନ୍ତି। ଯାହା ଫଳରେ କି ଦୀର୍ଘ ସମୟ ଧରି ଲୋକମାନେ ଯାତାୟାତ ନକରି ପାରି ଉଭୟ ପାଶ୍ୱର୍ରେ ଦୀର୍ଘ ସମୟ ଠିଆ ହୋଇ ରହିଥିଲେ। ଦୀର୍ଘ ୪ମାସ ପରେ ଚନ୍ଦକାରୁ ୨୨ଟିକିଆ ହାତୀପଲ ସୁବାସୀ ସଂରକ୍ଷିତ ଜଙ୍ଗଲରେ ପହଞ୍ଚିବା ଫଳରେ ଏବେ ଜଙ୍ଗଲରେ ପେଟ ପୁରିବା ଭଳି ଖାଦ୍ୟ ଓ ଆବଶ୍ୟକ ପାଣି ନଥିବାରୁ ସବୁଜ ଫସଲ ମୁହାଁ ହୋଇଛନ୍ତି ହାତୀପଲ।
ଘଣ୍ଟିଖାଲ, ନାରଙ୍ଗବସ୍ତ, ଗୋପିନାଥପଡା, କାପ୍ତାବରାଇ, ଗୋପାଳପ୍ରସାଦ, ବୌଦ୍ଧପୁର, ମହାଳପଡା, କଖଡି, ବ୍ରହ୍ମପୁର, ବିଷ୍ଣୁପୁର, ବ୍ରାହ୍ମଣବସ୍ତ, ନୂଆଡିହ, ପ୍ରଶନ୍ନାପୁର,ଲିଙ୍ଗାପଦା, ବିଦ୍ୟାଧରପୁର ଓ ପାଇକରାପୁର ଗାଁ ପାଖରେ କୃଷକମାନେ ସବୁଜ ପନିପରିବା କରିଛନ୍ତି। କିଏ ଆଖୁ କରିଛି ତ କିଏ ଡାଳୁଅଧାନ, କିଏ ପୁଣି କାକୁଡି,ଜହ୍ନି,ବାଇକଣ,ପୋଟଳ ପରି ଭଳିକିଭଳି ପରିବାରେ ଫସଲ କିଆରୀ ଉଛୁଳିପଡୁଛି। ଚନ୍ଦକା ହାତୀ ୪ମାସ ହେଲା ଆସିନଥିବାରୁ କୃଷକ ଏକ ପ୍ରକାର ଆଶ୍ୱସ୍ତ ଥିଲା। ଏବେ ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ବିଶେଷତଃ ବ୍ରାହ୍ମଣବସ୍ତ ଓ ସୁବାସୀ ସଂରକ୍ଷିତ ଜଙ୍ଗଲ ଠାରୁ ୧ କିମି ଦୂରରେ ଥିବା ବିଷ୍ଣୁଗୁର ଗାଁର କୃଷକ ମୁଣ୍ଡରେ ହାତଦେଇ ବସିଲେଣି। ୧୦ଏକର ଜମିରେ କରିଛନ୍ତି ଡାଳୁଅଧାନ ଚାଷ। ଦିନକେଇଟା ପରେ ଧାନ କାଟିବେ। ପୁଣି କରିଛନ୍ତି ସବୁଜ ପନିପରିବା। ହାତୀପଲଙ୍କୁ ଦେଖି ଛାନିଆ ହେଲେଣି। ପ୍ରକାଶଯୋଗ୍ୟ ହାତୀପଲ ଜଙ୍ଗଲରେ କିଛି ଖାଦ୍ୟ ନଥିବାରୁ ସଞ୍ଜ ପୂର୍ବରୁ ଜଙ୍ଗଲରୁ ବାହାରି ବିଭିନ୍ନ ଭାଗରେ ବିଭକ୍ତ ହୋଇ ଗାଁ ପାଶ୍ୱର୍ ଅଞ୍ଚଳକୁ ପଶି ବାରିଘରେ ଖାଉଛନ୍ତି। ବନବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ହାତୀଜଗୁଆଳି ଓ ବନକର୍ମଚାରୀମାନେ ରହିଥିଲେ ମଧ୍ୟ ଭୋକିଲା ହାତୀଙ୍କ ପାଇଁ ବନବିଭାଗ କର୍ମଚାରୀଙ୍କ କାଇଦା କୌଶଳ କାମକରୁନାହିଁ। ୨୨ଟିକିଆ ହାତୀପଲରେ ୯ଟା ଛୁଆହାତୀ, ୮ଟି ମାଇହାତୀ ଓ ୫ଟି ଦନ୍ତା ହାତୀ ଥିବା ଜଣାଯାଏ। କୃଷକର ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ବନବିଭାଗ ପଦକ୍ଷେପ ନେବା ପାଇଁ କୃଷକମାନେ ଦାବି କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories