କେନ୍ଦୁଝରଗଡ଼ : କେନ୍ଦୁଝର ଡେଲି ମାର୍କେଟରେ ସୋମବାର ଘଟିଥିବା ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତିର ଶୀକାର ହୋଇଥିବା ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ରାସ ପୂଜା କମିଟି ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ୫୦ରୁ ଅଧିକ ବ୍ୟବସାୟୀ ବୁଧବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ବ୍ୟବସାୟ ଦ୍ୱାରା ଦୈନିକ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଏହି ଅଗ୍ନିକାଣ୍ଡର ଶୀକାର ଦୋକାନୀ ମାନଙ୍କର ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାବେଳେ ଅଗ୍ନିକାଣ୍ଡ ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଦୁର୍ଦ୍ଦିନରେ ଗତି କରୁଛନ୍ତି । ଏଭଳି ସ୍ଥିତିରେ ଏହି କ୍ଷୁଦ୍ର ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାସ ପୂଜା କମିଟିର ସମ୍ପାଦକ ଶ୍ରୀ ଦାସଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ୫୦ରୁ ଅଧିକ ବ୍ୟବସାୟୀ ଦାବି କରିଛନ୍ତି। ଏହି ମର୍ମରେ କମିଟି ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରାଯାଇଛି।
Popular Categories



