www.samajalive.in
Wednesday, December 10, 2025
18.1 C
Bhubaneswar

ଯାତ୍ରୀଙ୍କ ବେକରେ ବ୍ଲେଡ ମାରି ମୋବାଇଲ ଓ ଟଙ୍କା ଲୁଟ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଟାଉନ ଯିବା ଶାଗୁନ ବୁରେଇ ନିଛାଟିଆ ରାସ୍ତାରେ, ରାତ୍ରି କାଳୀନ ଟ୍ରେନରୁ ଓଲ୍ହାଇ ରାତି ପ୍ରାୟ ୪ଟା ସମୟରେ ପରିବାର ସହ ଆଗପଛ ହୋଇ ଚାଲି ଚାଲି ଯାଉଥିବା ସମୟରେ ବଙ୍ଗୋମୁଣ୍ଡା ତେତେଲପଡାର ରମେଶ ବଂଛୋର ହଠାତ ନିଛାଟିଆ ପାଇ ମାଲଗୋଦାମ ପଟୁ ୨ ଜଣ ଦୁର୍ବୃତ୍ତ ହାତରେ ଛୁରୀ ପିସ୍ତଲ ଧରି ଧମକାଇବା ସହ ପ୍ରଥମେ ସାଙ୍ଗରେ ଥିବା ଡେଡଗାଁର ନିଜ ଶଳା ପୃଥିବୀ ରାଜ ଧରିଥିବାର ଏକ ଦାମିକିଆ ମୋବାଇଲ ସେଟ ଛଡାଇ ନେବା ପରେ ରମେଶଙ୍କ ବେକରେ ବ୍ଲେଡ ମାରି ଭୟଭିତ କରି ମୋବାଇଲ ସେଟ ସହ ଥିବା ୨୫୦୦ ଟଙ୍କା ଛଡାଇ ଦୌଡ଼ି ପଳାଇଥିଲେ। ରମେଶର ଚିତ୍କାର ଶୁଣି ସଂଗେ ସଂଗେ ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରି ବେକରେ ଷ୍ଟିଚ କଲାପରେ ରକ୍ତସ୍ରାବ ବନ୍ଦ ହୋଇଥିଲା। ଷ୍ଟେସନ ଅଞ୍ଚଳରେ ରାତ୍ରକାଳୀନ ପେଟ୍ରୋଲିଙ୍ଗ କଡାକଡି କରିବା ସହ ଜିଆରପି ଫାଣ୍ଡିରେ ଫୋର୍ସ ନିୟୋଜିତ କରିବା ପାଇ ଜନସାଧାରଣରେ ଦୃଢ଼ ଦାବି ହୋଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories