www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ଗମ ଗାଁକୁ ନାହିଁ ରାସ୍ତା

ହରଭଙ୍ଗା : ସ୍ୱାଧିନତାର ୭୫ବର୍ଷପୂର୍ତୀ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଡିଜିଟାଲ ଇଂଣ୍ଡିଆ ,ମେକ ଇନ ଇଂଣ୍ଡିଆ ଭଳି କାର୍ଯ୍ୟକ୍ରମ ହେଉଛି। ଗାଁରେ ଆଉ ମାଟି ରାସ୍ତା ଦେଖିବାକୁ ମିଳୁନି। ସହରପରି ରାସ୍ତା ,ଘାଟ ଠାରୁ ଆରମ୍ଭ କରି ସ୍କୁଲ,କଲେଜ ସବୁ ରଙ୍ଗୀନ ଦିଶିଲାଣି। ଆଧୁନିକତା ଛାପରେ ସମସ୍ତେ ରଙ୍ଗୀନ ହେଉଥିବାବେଳେ ଦୁର୍ଗମ ଅଂଚଳରେ ସବୁ କିଛି ବିପରୀତ।  ଦେଶ ସ୍ୱାଧିନତାର ବହୁବର୍ଷ ପରେ ମଧ୍ୟ ଶିକ୍ଷା , ସ୍ୱାସ୍ଥ୍ୟ ,ପାନୀୟଜଳ, ଗମନାଗମନ ଭଳି ସର୍ବନିମ୍ନ ମୌଳିକ ସୁବିଧା ଗାଁ ଲୋକଙ୍କ ପାଇଁ ଆଜି ମଧ୍ୟ ସ୍ୱପ୍ନ ପାଲଟିଛି। ଏମିତି ଏକ ଗାଁ ରହିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଂଚାୟତର ଡିଗପଦର ଗାଁ। ବ୍ଲକ ଏବଂ ପଂଚାୟତ ସଦରମହକୁମାଠାରୁ ୮ କିଲୋମିଟର ଦୂରରେ ରହିଛି ଏହି ଗାଁ। ବାଣୀଭୁଷଣପୁର ପଂଚାୟତ ସଦରମହକୁମାରୁ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ୫କିଲୋମିଟର ଗଲାପରେ ସେଠାରୁ ୩କିଲୋମିଟର ଭିତରେ ଜଙ୍ଗଲ ,ପାହାଡ ରାସ୍ତା ସାଙ୍ଗକୁ ସୁରୁବାଲି ନାଳ ଅତିକ୍ରମ କଲେ ପଡେ ଡିଗପଦର ଗାଁ।

ପଂଚାୟତର ୧୦ନଂଓାର୍ଡ ଅର୍ନ୍ତଗତ ଡିଗପଦର ଗାଁରେ ୩୦ଟି ଆଦିବାସୀ ପରିବାର ବସବାସ କରନ୍ତି। କାହିଁ କେଉଁ କାଳରୁ ଏମାନେ ଏଠାରେ ବସତି ସ୍ଥାପନ କରି ଚାଷବାସ କରି ଜୀବିକାନିର୍ବାହ କରିଆସୁଛନ୍ତି। ଚାଷ,ବାସ ଏମାନଙ୍କ ମୁଖ୍ୟ ଜୀବିକା। ଧାନ,ହଳଦୀ,ସୋରିଷ ଚାଷ ଭଲ ହେଉଥିଲେ ମଧ୍ୟ ଯାତାୟତ ସୁବିଧା ନଥିବାରୁ ଏସବୁ ବିକ୍ରୀ କରିବା ପାଇଁ ଗାଁ ଲୋକେ ବହୁବିଧି ଅସୁବିଧା ଭୋଗିଥାନ୍ତି।

ଗାଁକୁ ସାମାନ୍ୟ ପାଦଚଲା ରାସ୍ତା ଖଣ୍ଡିଏ ନାହିଁ। ରାସ୍ତା ସମସ୍ୟା ଯୋଗୁଁ ଭତା, ଚାଉଳ ପାଇଁ ଏମାନଙ୍କୁ ଗୋଟିଏ ଦିନ ପରିଶ୍ରମ କରିବାକୁ ପଡେ। ବର୍ଷାଦିନେ ନାଳରେ ବନ୍ୟାପାଣି ଯୋଗୁଁ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡେ। ବର୍ଷାଦିନେ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇପଡିଥାଏ। ଫଳରେ ଲୋକେ ସାମାନ୍ୟ ତେଲ, ଲୁଣ ,ଭତା,ଚାଉଳ ସଂଗ୍ରହ କରି ନପାରି ବହୁ କଷ୍ଟରେ ବର୍ଷାଦିନେ ଜୀବନ ବିତାନ୍ତି।

ଅଙ୍ଗନୱାଡୀ କି ସ୍କୁଲ ଗାଁରେ ନଥିବାରୁ ଗାଁ ଠାରୁ ୩/୪କିଲୋମିଟର ଦୂରରେଥିବା କରଡାକୋଠା ସ୍କୁଲ ଏବଂ ମାର୍ଦ୍ଦୀଙ୍ଗ ଅଙ୍ଗନୱାଡୀ କେନ୍ଦ୍ର ଉପରେ ଏମାନେ ନିର୍ଭର କରନ୍ତି। ମାତ୍ର ବର୍ଷାଦିନେ ନାଳ ଅତିକ୍ରମ କରି ପିଲାଏ ସ୍କୁଲ , ଅଙ୍ଗନୱାଡୀ ଯିବା ମୁସ୍କିଲ ହୋଇପଡିଥାଏ। ପିଇବା ପାଣି ପାଇଁ ଗାଁରେ ହାତ ଗଣତି ଦୁଇଟି ନଳକୂପ ରହିଥିଲେ ମଧ୍ୟ ସେଥିରୁ ନାଲି ପାଣି ବାହାରୁଥିବାରୁ ତାହା ପିଇବା ଉପଯୋଗୀ ହୋଇପାରୁ ନାହିଁ ।

ଫଳରେ ଲୋକେ ପାଣି ପାଇଁ ଖରାଦିନେ ନାଳର ଚୂଆ ପାଣି ଉପରେ ନିର୍ଭର କରନ୍ତି। ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ବହୁବାର ରାଜନେତାଙ୍କ ଠାରୁ ପ୍ରଶାସନ ପାଖରେ ହାରିଗୁହାରି କଲେ ମଧ୍ୟ ସେମାନଙ୍କ ସମସ୍ୟା ଦୂର ହୋଇପାରୁନଥିବା ଗ୍ରାମର ସଚିନ୍ଦ୍ର ମଲ୍ଲିକ,ସମ୍ବାରୁ ଯାନୀ,ଦଶମୀ ମଲ୍ଲିକ,ପ୍ରେମଶୀଳା ଯାନୀ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ଆବଶ୍ୟକୀୟ ପଦପେକ୍ଷ ଗ୍ରହଣ କରିବା ସହ ଦୁର୍ଗମ ଅଂଚଳ ଲୋକଙ୍କ ସମସ୍ୟା ଦୂରପାଇଁ ଦାବୀ ହେଉଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories