www.samajalive.in
Friday, December 5, 2025
26.1 C
Bhubaneswar

ଖରାଦିନେ ଏହାକୁ କରନ୍ତୁ ସେବନ ; ଶୀଘ୍ର କମିବ ଓଜନ ..

ଓଜନ ହ୍ରାସ ପାଇଁ ଅନେକ ଇଚ୍ଛୁକ। ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ। ଖରାଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ମୋଟାପଣ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତରଭୂଜ ବେଶ ଲାଭଦାୟକ। ଏଥିରେ ଫାଇବର, ପୋଟାସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଏହା ଶରୀରରେ ଜଳର ଅଭାବ ଦୂର କରିଥାଏ। ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିବା ନେଇ ଅନୁଭବ ହୋଇଥାଏ। ଫଳରେ ବାରମ୍ବାର ଖାଦ୍ୟ ଖାଇବାର ଆବଶ୍ୟକତା ନଥାଏ। ଓଜନ ହ୍ରାସ ପାଇଁ ଏହାକୁ ନିଜ ଖାଦ୍ୟରେ ସାମିଲ କରିପାରିବେ। ଏହାକୁ ସାଲାଡ ଭାବେ ମଧ୍ୟ ଖାଇପାରିବେ।

- Advertisement -

କଲରାରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ପ୍ରୋଟିନ, କାବ୍ରୋହାଇଡ୍ରେଟ, କ୍ୟାଲସିୟମ, ଆଇରନ, ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାର ସେବନ କରିବା ଦ୍ୱାରା ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ।

ଦହି ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହାସହ ଖାଦ୍ୟକୁ ଭଲ ଭାବେ ହଜମ ମଧ୍ୟ କରିଥାଏ। ଓଜନ ହ୍ରାସ ପାଇଁ ଏହାର ସେବନ କରିପାରିବେ। ଏହା ଫ୍ୟାଟ୍‌‌ କମ୍‌‌ କରିବାରେ ସହାୟକ ହୋଇଥାଏ। ଏହାର ସେବନ କରିବା ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ରହିଥାଏ।
ଲେମ୍ବୁ ପ୍ରାକୃତିକ ଭାବେ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ଏହା ଶରୀରରୁ ଫ୍ୟାଟ୍‌‌ ଦୂର କରିଥାଏ। ନିୟମିତ ରୂପେ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ମୋଟାପଣ ଦୂର ହୋଇଥାଏ।

ଦହି ସରବତ ମଧ୍ୟ ପିଇ ପାରିବେ। ଖରାଦିନେ ଏହାର ସେବନ ଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories