www.samajalive.in
Friday, December 5, 2025
27.1 C
Bhubaneswar

ଏପ୍ରିଲ ୬ରୁ ୧୪ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ବିଜେପି

ନୂଆଦିଲ୍ଲୀ: ଆଗାମୀ ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଇତି ମଧ୍ୟରେ ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ବିଜେପି ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ। ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ କହିଛନ୍ତି ଯେ, ଏପ୍ରିଲ ୬ ହେଉଛି ବିଜେପିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ଏବଂ ସମସ୍ତ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ।

ଏହାସହ ବିଜେପି ନେତା କହିଛନ୍ତି, ସମାଜର ସମସ୍ତ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ କେବଳ ନିର୍ବାଚନ ଆଧାର ନୁହେଁ। ସେଥିପାଇଁ ଆମେ ପ୍ରତ୍ୟେକ ମହାପୁରୁଷଙ୍କ ଜନ୍ମ ବାର୍ଷିକୀରେ ବିଭିନ୍ନ ବର୍ଗଙ୍କ ନିକଟରେ ପହଞ୍ଚିଥାଉ। ୧୧ ତାରିଖରେ ଜ୍ୟୋତିବା ଫୁଲେଙ୍କ ଜନ୍ମଦିନ, ତା’ପରେ ୧୪ ରେ ଆମ୍ବେଦକର ଜୟନ୍ତୀ। ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେତା ଓ ମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। କେଉଁଠାରେ କ’ଣ କ’ଣ କରାଯାଇପାରିବ, ସଂଗଠନକୁ କିପରି ଅଧିକ ମଜଭୁତ କରାଯିବ, ଯେଉଁସବୁ ସ୍ଥାନରେ ନିର୍ବାଚନ ହେବାକୁ ଅଛି ସେ ବିଷୟରେ ଆଲୋଚନା ହେବ।

- Advertisement -

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories