www.samajalive.in
Saturday, December 13, 2025
14.1 C
Bhubaneswar

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ଟି ସହରରେ ବାଣିଜ୍ୟିକ ସମ୍ମିଳନୀ, ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାପାନ ଯିବେ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହ ଅର୍ଥାତ ୧୦ କିମ୍ବା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋମବାର ପୂର୍ବାହ୍ନ ୯ଟା ୪୫ ମିନିଟରେ ଭୁବନେଶ୍ବରରୁ ଜାପାନ ଗସ୍ତରେ ବାହାରିବେ। ସେଠାକାର ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଉଛନ୍ତି। ମେକ୍ ଇନ୍ ଓଡ଼ିଶା ସମ୍ମେଳନର ଗତ ଦୁଇଟି ସଂସ୍କରଣ (୨୦୧୮ ଏବଂ ୨୦୨୨)ପାଇଁ ଜାପାନ ଏକ କଣ୍ଟ୍ରି ପାର୍ଟନର ରହିଥିଲା। ବିଦେଶୀ ପୁଞ୍ଜି ପାଇଁ ସେ କେତେକ ପ୍ରମୁଖ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା କୁହାଯାଉଛି। ଜାପାନ ସହ ଅନେକ କ୍ଷେତ୍ରରେ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିବାରୁ ନିବେଶର ଏକ ବାତାବରଣ ସୃଷ୍ଟି ହୋଇପାରେ। ଜାପାନରେ ନିବେଶକଙ୍କୁ ପେଟ୍ରୋ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଅଗଷ୍ଟ ମାସରେ ଇଟାଲି ଗସ୍ତରେ ଯାଇଥିଲେ। ଫେରିବା ବାଟରେ ଦୁବାଇରେ ନିବେଶକ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ୨୦୦୦ରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ନବୀନଙ୍କ ତୃତୀୟ ବିଦେଶ ଗସ୍ତ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories