www.samajalive.in
Wednesday, December 10, 2025
15.1 C
Bhubaneswar

ବେଙ୍ଗାଲୁରୁରୁ ମାଡ଼ ଖାଇ ଚାଲିଚାଲି ଫେରିଲେ ୩ ଦାଦନ

ପଟ୍ଟାଙ୍ଗି : ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ୍‌ ସମୟରେ ମିଳୁନାହିଁ । ବାହାର ରାଜ୍ୟରେ କାମ କଲେ ମଜୁରୀ ମିଳିବ ଭାବି ନିଜ ମାଟି ଛାଡ଼ି ବେଙ୍ଗାଲୁରୁ ଯାଇଥିଲୁ ଦାଦନ ଖଟିବା ପାଇଁ, କିନ୍ତୁ ଏହା ଆମର ସ୍ୱପ୍ନ ହୋଇ ରହିଗଲା। ଏଭଳି କ୍ଷୋଭର ସହ କହି ନିଜ ନିଜର କରୁଣ କାହାଣୀ ଶୁଣାଇଛନ୍ତି ନିର୍ଯାତନା ପରେ ମାଡ଼ ଖାଇ ଚାଲିଚାଲି ଫେରୁଥିବା ତିନି ଦାଦନ ଶ୍ରମିକ। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଟିଙ୍ଗପକାନ ଗ୍ରାମର ୧୨ଜଣ ଶ୍ରମିକ ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ରାମକୃଷ୍ଣ ପ୍ରଧାନଙ୍କ ପ୍ରଲୋଭନରେ ଘରଦ୍ୱାର ଛାଡ଼ି ବେଙ୍ଗାଲୁରୁ ଯାଇଥିଲେ ଦାଦନ ଖଟିବାକୁ। ସେଠାରେ ଏକ କମ୍ପାନୀରେ ସମସ୍ତେ ଦୁଇମାସ ଧରି ଭଲରେ କାମଧନ୍ଦା କରି ରହି ଆସୁଥିଲେ। କିଛିଦିନ ତଳେ କାତାର ମାଝି, ବୁଦୁ ମାଝି ଏବଂ ଭିକାରୀ ମାଝି ପ୍ରମୁଖ କମ୍ପାନୀ ମାଲିକଙ୍କୁ ମଜୁରୀ ମାଗିବାରୁ ସେମାନଙ୍କୁ ମାଡ଼ ମରାଯିବା ସହ ସହ ଖାଇବା ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହିପରି ନିର୍ଯାତନା ଓ ମାଡ଼କୁ ସହ୍ୟ କରି ନ ପାରି ଶେଷରେ କମ୍ପାନୀରୁ ଲୁଚି ନିଜ ଗ୍ରାମ ଅଭିମୁଖେ ବାହାରି ପଡ଼ିଥିଲେ ଏମାନେ। ପାଖରେ ଟଙ୍କା ପଇସାର ଅଭାବ ଥିବାରୁ ଗତ ୨୬ତାରିଖରୁ ଏହି ତିନି ଶ୍ରମିକ ଚାଲିଚାଲି ଗାଁ ଅଭିମୁଖେ ବାହାରିଥିଲେ। ଶେଷରେ ପହଞ୍ଚିଥିଲେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ପଡ଼ାଲଗୁଡ଼ା ଗ୍ରାମ ଛକରେ। ସେଠାରେ ରହିଥିବା ଏକ ଦୋକାନ ମାଲିକକୁ ସମସ୍ତ ଘଟଣା ଜଣାଇବା ପରେ ସେଠାରେ ଉପସ୍ଥିତ ଥିବା ଓଡ଼ିଶା ମୋଟର ଚାଳକ ସଂଘ ପଟ୍ଟାଙ୍ଗି ଶାଖାର କାର୍ଯ୍ୟକାରୀ ସଭାପତି ଭଗବାନ ପଡ଼ାଲ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ। ଗାଡ଼ି ଚାଳକ ସଂଘ ପକ୍ଷରୁ ଏକ ହଜାର ଟଙ୍କା ଏବଂ ସାମ୍ବାଦିକ ଗେମେଲଙ୍କ ପକ୍ଷରୁ ୫୦୦ସହ ଟଙ୍କା ଆର୍ଥିକ ସହାୟତା ଦିଆଯାଇ ଶ୍ରମିକଙ୍କୁ ଗାଡ଼ି ଯୋଗେ ନବରଙ୍ଗପୁର ଜିଲା ପର୍ଯ୍ୟନ୍ତ ପଠାଇବା ବ୍ୟବସ୍ଥା କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories