www.samajalive.in
Thursday, December 11, 2025
18.1 C
Bhubaneswar

ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ଟିପିଏମ୍ ଫାଣ୍ଡି ପୁଲିସ ଏକ ଗଣ୍ଡଗୋଳ ଘଟଣାରେ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଷ୍ପଙ୍ଗୀ ଗ୍ରାମରେ ରହୁଥିବା ବ୍ରହ୍ମପୁର ଅଞ୍ଚଳର ସୂର୍ଯ୍ୟକାନ୍ତ ରାଉଳ ଓ ସୁଶାନ୍ତ ପାତ୍ର ବୋଲି ଜଣାପଡ଼ିଛି। ସେମାନେ ଜଣକୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ ସୂର୍ଯ୍ୟକାନ୍ତ, ସୁଶାନ୍ତ ଏବଂ ଘଣ୍ଟିଖାଲରେ ରହୁଥିବା ବ୍ରହ୍ମପୁର ଅଞ୍ଚଳର ରଞ୍ଜନ ପାତ୍ର ସ୍ଥାନୀୟ ଅଞ୍ଚଳରେ ଘୁଷୁରୀ ପାଳନ ଓ ବ୍ୟବସାୟ କରନ୍ତି । ଗୁରୁବାର ରାତିରେ ସୂର୍ଯ୍ୟକାନ୍ତ ଓ ସୁଶାନ୍ତ ସାଙ୍ଗହେଇ ରଞ୍ଜନକୁ ସାଙ୍ଗରେ ଡାକି ନେଇ କଖଡ଼ିରେ ଏକତ୍ର ନିଶାପାନ କରିଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ୩ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୂର୍ଯ୍ୟକାନ୍ତ ଓ ସୁଶାନ୍ତ ଏକ ପଥରରେ ରଞ୍ଜନର ମୁଣ୍ଡକୁ ଛେଚି ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଉଭୟ ମିଶି ରଞ୍ଜନକୁ ପ୍ରଥମେ ଆଠଗଡ଼ ଓ ପରେ କଟକ ଏସସିବି ଡାକ୍ତରଖାନାକୁ ନେଇ ଯାଇଥିଲେ। ରଞ୍ଜନ ଠାରୁ ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ମାନସ ମହାରଣା ଘଟଣାର ତଦନ୍ତ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories