www.samajalive.in
Monday, December 8, 2025
27.1 C
Bhubaneswar

କାଳ ବୈଶାଖୀରେ ଉଡ଼ିଗଲା ୧୦୦ରୁ ଅଧିକ ଘରର ଛାତ, ଗଛ ପଡି ରାସ୍ତା ଅବରୋଧ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ ଆଜି କାଳ ବୈଶାଖୀରେ ବହୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛିା ଆଜି ପଦ୍ମଗିରି ପଂଚାୟତ ଅଂଚଳରେ କାଳ ବୈଶାଖୀ ହେବା ଫଳରେ ଅନେକ ଟିଣ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛିା ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଗୁଡିକ ପଡି ଯିବାରୁ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇ ଯାଇଛିା ଫଳରେ ଜାତାୟତ ବାଧାପ୍ରାପ୍ତ ହୋଇଛିା ସେହିପରି ବିଦ୍ୟୁତ୍ ସରବହାର ମଧ୍ୟ ବନ୍ଦ ହୋଇଯିବାରୁ ପଦ୍ମଗିରି ପଂଚାୟତ ଅନ୍ଧାରରେ ଥିବା ଜଣାପଡିଛିା ତେବେ ଯେଉଁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଥିବା ଗଛ ଗୁଡିକ ହଟା ନଯାଏ ସେହି ସମୟ ଜାନବାହାନ ବନ୍ଦ ରହିବା ସହ ବିଦ୍ୟୁତ୍ ବିଭାଗ ତରଫରୁ ମରାମତି ଶେଷ ହେବା ପର୍ଯ୍ୟାନ୍ତ ସରବରାହ ମଧ୍ୟ ବନ୍ଦ ରହିବା ଅନ୍ୟ ପକ୍ଷରେ ପ୍ରଶାସନ ତରଫରୁ ଆସନ୍ତାକାଲି ଆକଳନ କରିବା ନିମନ୍ତେ ମାଲକାନଗିରି ତହସିଲ କାର୍ଯ୍ୟାଳୟ ଓ ପଦ୍ମଗିରି ରାଜସ୍ୱ ନିରୀକ୍ଷକଙ୍କ ତରଫରୁ ସମସ୍ତ ଅଂଚଳ ବୁଲି ଆକଳନ କରିବେ ବୋଲି ପ୍ରଶାସନ ସୁତ୍ରରୁ ପ୍ରକାଶା

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories