www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟାଙ୍କ ଖାତାରେ ନେଣଦେଣ ଲାଗି ପଡ଼ିବନି ଦେୟ

ନୂଆଦିଲ୍ଲୀ: ୟୁପିଆଇ ଜରିଆରେ କରାଯାଉଥିବା ନେଣ ଦେଣ ଉପରେ ୧ ଏପ୍ରିଲରୁ ଲଗାଯିବାକୁ ଥିବା ନେଣଦେଣ ଦେୟକୁ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସ୍ପଷ୍ଚୀକରଣ ଜାରି କରିଛନ୍ତି। ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲଗାଯିବା ଖବରକୁ ଏନ୍‌ପିସିଆଇ ଖଣ୍ଡନ କରିଛନ୍ତି। ବ୍ୟାଙ୍କ ଖାତା ବା ଅନ୍ୟ ବ୍ୟାଙ୍କ ଖାତାକୁ ୟୁପିଆଇ ମାଧ୍ୟମରେ ନେଣଦେଣ କଲେ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି। ଦେଶରେ ସବୁଠୁ ଅଧିକ ୯୯.୯ ପ୍ରତିଶତ ୟୁପିଆଇ ନେଣଦେଣ ବ୍ୟାଙ୍କ ଖାତା ମାଧ୍ୟମରେ ହୋଇଥାଏ। ଏଣୁ ୟୁପିଆଇ ଦ୍ୱାରା ପେମେଣ୍ଟ କରାଗଲେ ବ୍ୟାଙ୍କ ଅଥବା ଗ୍ରାହକ କାହାରିକୁ ହେଲେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ। ସେହିପରି ଗୋଟିଏ ବ୍ୟାଙ୍କ୍‌ରୁ ଅନ୍ୟ ବ୍ୟାଙ୍କ୍‌କୁ ୟୁପିଆଇ ନେଣଦେଣ କଲେ ମଧ୍ୟ କୌଣସି ଦେୟ ଦେବାକୁ ପଡିବନି। ଇଣ୍ଟରଚେଞ୍ଜ ଚାର୍ଜ କେବଳ ପିପିଆଇ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନରେ ଲାଗୁ ହେବ ଓ ଗ୍ରାହକଙ୍କୁ ଏଥିଲାଗି କୌଣସି ଦେୟ ଦେବାକୁ ପଡିବନି।

ଏନ୍‌ପିସିଆଇ ନିର୍ଦେଶ ଅନୁସାରେ ଗୁଗଲ୍‌ ପେ, ପେଟିଏମ୍‌, ଫୋନ୍‌ ପେ ଅଥବା ଅନ୍ୟ ଆପ୍ ଜରିଆରେ କରାଯାଉଥିବା ପୈଠ ଉପରେ ୧.୧ପ୍ରତିଶତ ଇଣ୍ଟରଚେଞ୍ଜ ଚାର୍ଜ ଦେବାକୁ ପଡିବ। ଦେଶରେ ପ୍ରତିମାସରେ ୮ ବିଲିୟନ ୟୁପିଆଇ ନେଣଦେଣ ଗ୍ରାହକ ଓ ମର୍ଚାଣ୍ଟଙ୍କ ଲାଗି ନିଃଶୁଳ୍କରେ କରାଯାଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories