www.samajalive.in
Saturday, December 13, 2025
14.1 C
Bhubaneswar

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍ ପୁରାତନ ଛାତ୍ର ସଂସଦ ତରଫରୁ ରକ୍ତଦାନ ଶିବିର

ଡେସ୍କ: ଉତ୍କଳ ଦିବସ ଉପଲକ୍ଷେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍କୁଲ ପରିସରରେ ଆୟୋଜିତ ହେଇଯାଇଛି। ବର୍ଷା ଯୋଗୁ ପ୍ରତିକୂଳ ପାଗ ସତ୍ଵେ ରକ୍ତଦାନ କରିବାକୁ ପୁରାତନ ଛାତ୍ର ଓ ସେମାନଙ୍କର ସମ୍ପର୍କୀୟ ମାନେ ପ୍ରବଳ ଉତ୍ସାହ ଦେଖାଇଥିଲେ। ସ୍କୁଲର ଛାତ୍ର-ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାୟନ କରିବା ପରେ ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ଶିବିରକୁ ଉଦଘାଟନ କରିଥିଲେ କଟକ ପୋଲିସ୍ କମିଶନରେଟର ଏସିପି ଅମିତାଭ ମହାପାତ୍ର, ପ୍ରଧାନ ଶିକ୍ଷକ ଅଶୋକ ଶତପଥୀ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତାରୀ ସାହୁ।

ପୁରାତନ ଛାତ୍ର ସଂସଦର ସଭାପତି ରଂଜିତାଭ ମହାନ୍ତି, ଉପ ସଭାପତି ଅମୀୟ ରଂଜନ ମହାପାତ୍ର, ସମ୍ପାଦକ ଅଶ୍ବିନୀ କୁମାର ମହାନ୍ତି, ରକ୍ତଦାନ କାର୍ଯ୍ୟକ୍ରମର ସଂଯୋଜକ ତଥା ପୁରାତନ ଛାତ୍ର ସଂସଦର ଯୁଗ୍ମ ସମ୍ପାଦକ ବିକାଶ ବେହେରା, ରଶ୍ମୀ ରଂଜନ ସ୍ଵାଇଁ, କୋଷଧ୍ୟକ୍ଷ ପ୍ରସନ କୁମାର ରାଉତ ଓ କାର୍ଯ୍ୟନିର୍ବାହି ସଭ୍ୟ ମନୋରଂଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରୁ ମୋଟ ୭୮ ୟୁନିଟ୍ ରଜ୍ତ ସଂଗୃହିତ ହୋଇଥିଲା। କଟକ ସେଣ୍ଟ୍ରାଲ ରେଡକ୍ରସ ବ୍ଳଡ ବ୍ୟାଙ୍କର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବହୁତ ପୁରାତନ ଛାତ୍ର ଯୋଗ ଦେଇଥିଲେ।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories