ଚୌଦ୍ୱାର: ଚୌଦ୍ୱାରରେ ଉତ୍କଳ ଦିବସ ଉତ୍ସବ ସମାରୋହରେ ପାଳିତ ହୋଇ ଯାଇଛି। ଚୌଦ୍ୱାର ସାହିତ୍ୟ ସଂସଦ ଓ ପୌରପାଳିକା ମିଳିତ ଆନୁକୁଲ୍ୟରେ ତଥା ସଂସଦ ସମ୍ପାଦକ ସଂପାଦକ ଦିବ୍ୟଜ୍ୟୋତି ପାଣିଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଂପାଦକ ସୁକାନ୍ତ କୁମାର ମହାନ୍ତି, କାଉନସିଲର ଅଜୟ ବେହରା, ଅଜୟ କୁମାର ବେହେରା(ଅଜିନୀ),ଦିଲ୍ଲିପ କୁମାର ସାହୁ,ବିଧାୟକ ପ୍ରତିନିଧି ବିଷ୍ଣୁଚରଣ ପରିଡ଼ା,ବୈଷ୍ଣବ ଚରଣ ପ୍ରଧାନ, ବୈରାଗୀ ଚରଣ ପ୍ରଧାନ ପ୍ରମୁଖ ମହିଳା ମହାବିଦ୍ୟାଳୟସ୍ଥିତ ମଧୁବାବୁ, ଓ.ଟି.ଏମ୍ ବଜାରସ୍ଥିତ ଗୋପବନ୍ଧୁ, ବିଜୁବାବୁ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ର ମାନଙ୍କ ତ୍ୟାଗ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ଶ୍ରୀନିବାସ ବେହରା, ଶରତ କୁମାର ଖୁଣ୍ଟିଆ, ଶିବପ୍ରସାଦ ପତି, ଅକ୍ଷୟ ମିଶ୍ର, ନରହରି ନାୟକ, ମାନସ କୁମାର ସାହୁ, ନିକୁଞ୍ଜ ବିହାରୀ ପଣ୍ଡା, ଉତ୍ତମ କୁମାର ସ୍ୱାଇଁ, ବିଜୟ କୁମାର ନନ୍ଦ, ମନ୍ମଥ କୁମାର ସାହୁ, ଅଧ୍ୟାପକ ଶରତ ଚନ୍ଦ୍ର ନାୟକ, ସୋରେନ୍ ବେହେରା, ଅଲେଖ ବେହେରା, ପବିତ୍ରମୋହନ ସାହୁ, ପବିତ୍ର ମୋହନ ଜେନା, ଅଶୋକ କୁମାର ନାୟକ, ସାମ୍ବାଦିକ ଗଂଗାଧର ସାହୁ, ସତ୍ୟବ୍ରତ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛାତ୍ରୀ ମାଟା ମୋନିକା ଓ ଜୟଶ୍ରୀ ମହାରଣା ଉତ୍କଳ ପ୍ରଦେଶ ଗଠନର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ସଂସଦ ସଂଗଠନ ସଂପାଦକ ଚନ୍ଦ୍ରପ୍ରକାଶ ପଟ୍ଟନାୟକ, ସରିତା ଦାସ, ଅଶୋକ କୁମାର ପ୍ରଧାନ, ବିମଳ ବେଉରା , ପୌର କର୍ମଚାରୀ ଝୁଲେନ୍ଦ୍ର ନାୟକ, ତପନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



