www.samajalive.in
Thursday, December 11, 2025
16.1 C
Bhubaneswar

ବଡଭାଇ ଠେଙ୍ଗା ମାଡରେ ସାନଭାଇର ମୃତ୍ୟୁ

ରେଙ୍ଗାଲି: ଠେଲକୋଲୋଇ ଥାନା ଅନ୍ତର୍ଗତ ଶରଧାପାଲି ଗ୍ରାମରେ ୩୧ତାରିଖ ଶୁକ୍ରବାର ରାତିରେ ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ୍ୟୁ ହୋଇଛି ଠେଲକୋଲୋଇ ଆଇଆଇସି ବିଭୂତିଭୂଷଣ ଦଲାଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ୩୧ ତାରିଖ ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟ ରେ ଶରଧାପାଲି ଗ୍ରାମର ଶଶି ରାଉତ(୪୭) ଉଚ୍ଚ ପାଟିରେ ପାଟିତୁଣ୍ଡ କରୁଥିବାରୁ ସାନ ଭାଇ ମଙ୍ଗଳୁ ଓରଫ ଜନରଞ୍ଜନ (୩୬) ବଡଭାଇ ଶଶି ପାଖକୁ ଯାଇ ପାଟିତୁଣ୍ଡ ବନ୍ଦ କରିବା ପାଇଁ ବୁଝାସୁଝା କରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶଶି ରାଉତ ସାନଭାଇ ମଙ୍ଗଳୁ ଓରଫ୍ ଜନ ରଞ୍ଜନକୁ ଠେଙ୍ଗାରେ ନିର୍ଘାତ ମାଡ ମାରିଥିଲେ।

ଫଳରେ ମଙ୍ଗଳୁ ଓରଫ୍ ଜନରଞ୍ଜନ ଗୁରୁତର ଆଘାତ ପାଇ ସଂଜ୍ଞାହୀନ ହୋଇ ପଡିଥିଲ। ଜନରଞ୍ଜନକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥଲା। ସେଠାରେ ଡାକ୍ତର ଜନରଞ୍ଜନକୁ ମୃତ ଘୋଷଣା କରିଥିଲେ। ଏସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏକ ହତ୍ୟାମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶଶି ରାଉତକୁ ପୁଲିସ ଗିରଫ ପରେ ଆଜି କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇ ଥିବା ରକ୍ତ ଲଗା ଠେଙ୍ଗା ଓ ରକ୍ତ ଭିଜା ଲୁଗା ଜବତ କରାଯାଇଛି। ସାଇନଟିଫିକ ଟିମ୍ ଘଟଣା ସ୍ଥଳକୁ ଆସି ରକ୍ତ ନମୂନା ସଂଗ୍ରହ କରିଥିବା ସୂଚନା ଦିଆଯାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories