ରେଙ୍ଗାଲି: ରେଙ୍ଗାଲି ଥାନା ଅଞ୍ଚଳ ରେ ଡକାୟତି ପାଇଁ ୩୧ ତାରିଖ ରାତିରେ ଏକ ନିଛାଟିଆ ସ୍ଥାନ ରେ ଯୋଜନା କରୁଥିବା ବେଳେ ରେଙ୍ଗାଲି ପୁଲିସର ପାଟ୍ରୋଲିଂ ଟିମ୍ ଚଡଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ରେଙ୍ଗାଲି ଥାନା ଅଧିକାରୀ ଯଶୋବନ୍ତ ସାଲେମା ସୂଚନା ଦେଇଛନ୍ତି।
କୋର୍ଟଚାଲାଣ କରାଯାଇଥିବା ଅଭିଯୁକ୍ତମାନେ ହେଲେ ରମ୍ପେଲାକେମ୍ପର କିଶୋର ଷଣ୍ଢ, ଲହମନିର ପ୍ରଶାନ୍ତ ବିଶ୍ବାଲ, ରେଙ୍ଗାଲିପୁରୁଣାବସ୍ତିର ମନୋଜ ମେହେର, ନମିଷ ମିଶ୍ର, ସମ୍ବଲପୁର ବଡବଜାରର ବିକ୍ରମ ପଟ୍ଟନାୟକ। ଅଭିଯୁକ୍ତମାନଙ୍କ ଠାରୁ ୩ଟି ବନ୍ଧୁକ,ଭୁଜାଲି, ଆଇରନ୍ ରଡ୍। ତାଳା ଭାଙ୍ଗିବା ପାଇଁ ବ୍ୟବହାର ହେଉଥିବା ଲୁହା ଏକ୍ସଲ୍, ସ୍କୃ ଡ୍ରାଇଭର୍ ଆଦି ସାମଗ୍ରୀ ଜବତ କରାଯାଇଛି।



