www.samajalive.in
Monday, December 8, 2025
13.1 C
Bhubaneswar

ବିଦ୍ୟାଳୟରେ ବାଜୁନି ଘଣ୍ଟି, ଶୁଭୁନି ପ୍ରାର୍ଥନା

ରାୟଗଡ଼ା: ଓଡ଼ିଆ ଭାଷା ଓ ଶିକ୍ଷା ଗୁରୁତ୍ବ ଦେଉଥିବା ଜିଲା ଶିକ୍ଷା ବିଭାଗର ଚରମ ଅବହେଳାର ଶିକାର ହେଉଛନ୍ତି ସୀମାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ। ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନର ମୂଳଦୂଆ ବିଦ୍ୟାଳୟ। ଆଉ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ଶିକ୍ଷା ଓ ସଂସ୍କୃତି ଏବେ ସୀମାନ୍ତ ବିଦ୍ୟାଳୟରେ ଲୋପ ପାଇବାକୁ ବସିଲାଣି। ବିଦ୍ୟାଳୟ ଶିକ୍ଷା ଆରମ୍ଭରେ ପ୍ରତି ବିଦ୍ୟାଳୟ ସମୟ ନିର୍ଘଣ୍ଟ ଓ ପ୍ରଥାନକୁ ଗୁରୁତ୍ବ ଦିଆଯାଉଥିଲାବେଳେ ରାୟଗଡ଼ା ଜିଲା ସୀମାନ୍ତ ବିଦ୍ୟାଳୟରେ ଆଉ ପ୍ରଥମ କିମ୍ବା ଘଣ୍ଟି ଶବ୍ଦ ଶୁଣିବାକୁ ମିଳୁନାହିଁ। ଫଳରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଜ ଇଚ୍ଛାରେ ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଥିଲାବେଳେ ଉପରିସ୍ଥ ଅଧିକାରୀଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ ଛାତ୍ରଛାତ୍ରୀଙ୍କ ଚାରିତ୍ରିକ ଶିକ୍ଷା ଲୋପ ପାଇବାକୁ ବସିଛି। ପୂର୍ବରୁ ସୀମାନ୍ତରେ ଅନେକ ବିଦ୍ୟାଳୟ ବନ୍ଦ ହୋଇ ଓଡ଼ିଆ ଭାଷା ତଥା ଶିକ୍ଷା ଏକ ପ୍ରକାର ଲୋପ ପାଇଥିଲାବେଳେ ଏବେ ଯେଉଁ କେତୋଟି ବିଦ୍ୟାଳୟ ଅଛି ସେଥିରେ ପ୍ରାର୍ଥନା ହେଉନାହିଁ କିମ୍ବା ବିଦ୍ୟାଳୟର ନିର୍ଘଣ୍ଟ ଠିକ୍ ସମୟରେ ପାଳନ ହେଉନାହିଁ। ପୂର୍ବରୁ ସୀମାନ୍ତ ସାନ ଲୁକୁଟି, ବଡ଼ଲୁକୁଟି, ସାନରାଇ ସିଂଚିନାପେଡାମ, କନ୍ଧଝିମିଡ଼ିରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିଲାବେଳେ ଏବେ ଯେଉଁ କେତୋଟି ବିଦ୍ୟାଳୟ କନ୍ଦିଲି, ରଚାପାଇ, ଝଡିପାଣି ସାହି, ମିଟି କେରେଡ଼ା, ଓ ହସାର୍ମାଇ ବିଦ୍ୟାଳୟରେ ଘଣ୍ଟା ବାଜୁନାହିଁ କିମ୍ବା ଛାତ୍ରଛାତ୍ରୀଙ୍କୁ ପ୍ରାର୍ଥନା ବୋଲିବାକୁ କୁହାଯାଉନାହିଁ। ସୀମାନ୍ତ ବିଦ୍ୟାଳୟରେ ପାଠପଢା ନାମକୁ ମାତ୍ର ହେଉଥିଲାବେଳେ ତେଲୁଗୁ ଭାଷାର ପ୍ରବଳ ବ୍ୟବହାର ଓଡ଼ିଆ ଭାଷାକୁ ପଛରେ ପକାଇ ଦେଇଛି। ଏହାର ସୁଯୋଗ ନେଇ ପଡ଼ୋଶୀ ସାମାଜିକ ସମ୍ପର୍କ ଆଳରେ ସୀମାନ୍ତ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ଭାଷାରେ ଶିକ୍ଷା ଦେଉଛି। ସୀମାନ୍ତରେ ଓଡ଼ିଆ ବିଦ୍ୟାଳୟରେ ତେଲଗୁ ଭାଷାରେ ଶିକ୍ଷକ ନିଯୁକ୍ତି ଥିଲାବେଳେ ପଡୋଶୀ ଆନ୍ଧ୍ରରେ ଓଡ଼ିଆ ଭାଷା ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ନାହିଁ। ପୂର୍ବର ଦୁଇ ରାଜ୍ୟ ସୀମାନ୍ତ ଗ୍ରାମ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ଉଭୟ ଭାଷା ଓ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ପଦକ୍ଷେପ ନେବାକୁ ସଚିବସ୍ତରୀୟ ଚୁକ୍ତି କରିଥିଲାବେଳେ ପଡୋଶୀ ନିଜ ଚୁକ୍ତିରୁ ଓହରିଯିବା ନିହାତି ଚିନ୍ତାର ବିଷୟ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଲେ ଘଣ୍ଟା ନ ବାଜିବା କିମ୍ବା ପ୍ରାର୍ଥନା ନ ବୋଲିବା ନିହାତି ଦୁଃଖର ବିଷୟ। ତେଣୁ ଯେଉଁ ସବୁ ବିଦ୍ୟାଳୟ ସରକାରୀ ନିୟମ ଅବମାନନା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories