www.samajalive.in
Thursday, December 11, 2025
15.1 C
Bhubaneswar

ବୌଦ୍ଧ ରାମଲୀଳାର ଦ୍ଵିତୀୟ ଦିବସ, ଅଯୋଧ୍ୟାରେ ଉତ୍ସବର ମାହୋଲ

ବୌଦ୍ଧ: ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଉତ୍ସବ ଦ୍ୱିତିୟ ଦିବସରେ ପହଞ୍ଚିଛି। ଉଦଘାଟନୀ ଦିବସରେ ରିତିନିତି ପାଳନ ପରେ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା। ପରେ ଅନୁଷ୍ଠାନର ବ୍ରତୀମାନଙ୍କ ଦ୍ୱାରା ରାମ ଜନ୍ମ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରଦର୍ଶିତ କରାଯାଇଥିଲା। ସୂର୍ଯ୍ୟବଂଶୀ ରାଜା ଦଶରଥଙ୍କ ତିନି ରାଣୀଙ୍କ ଗର୍ଭରୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ସମେତ ତିନି ଭାଇ ଭରତ,ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ଅଯୋଧ୍ୟାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଚାରିଭାଇଙ୍କ ବାଲ୍ୟଲୀଳାର ସମସ୍ତ ଚରିତ୍ର ଗୁଡିକୁ ଅନୁଷ୍ଠାନର ବ୍ରତୀ କଳାକାରମାନେ ନଖୁଣ ଭାବରେ ପ୍ରଦର୍ଶିତ କରିଥିଲେ। ଦ୍ୱିତିୟ ଦିବସର ନାଟକ ବାଲ୍ୟଲୀଳା ସହିତ ସୀତା ସ୍ୱୟମ୍ବର ପର୍ଯର୍୍ୟନ୍ତ ଅନୁଷ୍ଠିତ ହୋଇଛି। ତୃତୀୟ ଦିବସରେ ମୁକ୍ତ ମଞ୍ଚରେ ସହରର ବୁଟୁପାଲି ଗ୍ରାମଠାରେ ମହାଆଡମ୍ବରରେ ସୀତା ସ୍ୱୟମ୍ବର ଅନୁଷ୍ଠିତ ହେବ। ଆଜିର ନାଟକରେ ଶ୍ରୀରାମ ଚରିତ୍ରରେ ମାନସ ମିଶ୍ର,ଲକ୍ଷ୍ମଣ ମନୋରଞ୍ଜନ ମିଶ୍ର,ଦଶରଥ ସୁଦୀପ୍ତ ଦେଓ, କୌଶଲ୍ୟା ଜଗଦୀଶ ବାରିକ,କୈକେୟୀ ମୁକେଶ ପ୍ରଧାନ ଓ ସୁମନ୍ତ ମନ୍ତ୍ରୀ ଭୂମିକାରେ ମନୋଜ କୁମାର ସାହୁ ଅଂଶଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories