www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବନଖଣ୍ଡରେ ବିପୁଳ ପରିମାଣର କାଠ ସହ ଗାଡି ଜବତ

ଗୋପାଳପୁର: ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟିପଦର ପଞ୍ଚାୟତ ଅଫିସ ନିକଟରୁ ଏକ ଗାଡି ସହିତ ବିପୁଳ ପରିମାଣର କାଠଳଜବତ କରାଯାଇଛି । ସୂଚନା ମୁତାବକ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ନିର୍ଦେଶକ୍ରମେ ବ୍ରହ୍ମପୁର ବନାଞ୍ଚଳ ଓ ବନଖଣ୍ଡର ଭିଜିଲାନ୍ସ ଟିମ ରାତି ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଝାଟିପଦର ନିକଟରେ ଏକ ଗାଡି କାଠ ନେଇ ଯାଉଥିବାର ଦେଖିଥିଲେ । ଉକ୍ତ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିବା ସମୟରେ ଚାଳକ ଜଣଙ୍କ ଗାଡି ଛାଡି ଫେରାର ହୋଇଯାଇଥିଲେ । ସେଠାରୁ ଗୋଟିଏ ଗାଡି (ଏପି ୩୦ ଡବ୍ଲୁ ୧୭୨୭) ସମେତ ୩୩ ଘନପୁଟ ବିଭିନ୍ନ ଦାମୀ କାଠକୁ ଜବତ କରିଛନ୍ତି ।

ଏହି ଚଢାଉରେ ଟାମଣା ବନପାଳ ରୁପକ ପ୍ରଧାନ, ଭିଜିଲାନ୍ସ ୱିଙ୍ଗର ବନପାଳ ଏନ ବାଲାଜି, ବ୍ରହ୍ମପୁର ବନପାଳ ବାବୁ ସେଠୀଙ୍କ ସମେତ ବନରକ୍ଷୀ ଉମା ପାତ୍ର, ଜୟକୃଷ୍ଣ ବେହେରାଙ୍କ ସମେତ ବହୁ ବନକର୍ମଚାରୀ ସାମିଲ ଥିଲେ । ଜବତ କାଠର ଆନୁମାନିକ ବଜାର ମୁଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ଆକଳନ କରାଯାଇଛି। ଏ ନେଇ ୧୩/୨୦୨୨-୨୩ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories