www.samajalive.in
Friday, December 12, 2025
26.1 C
Bhubaneswar

ବୀର ସୁରେନ୍ଦ୍ର ସାଏ କପ୍ ୨୦୨୩: ରେମଜା ଚମ୍ପିଆନ

ରେଙ୍ଗାଲି: ରେଙ୍ଗାଲି ବ୍ଳକ ଖିଣ୍ଡା ପଞ୍ଚାୟତର ବାବୁଖିଣ୍ଡା ଖେଳ ପଡିଆରେ ଚାଲିଥିବା ୬ଷ୍ଠ ତ୍ରିଦିବସିୟ ବୀର ସୁରେନ୍ଦ୍ର ସାଏ କପ୍ ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଜେଡି ସମ୍ବଲପୁର ଜିଲା ଉପସଭାପତି କିରଣ ବେହେରା ଯୋଗଦେଇଥିବା ବେଲେ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।

ଯୁବ ବିଜେଡି ଜୋନ ସଭାପତି ଦେବାଶିଷ ପରିଡା, ସମ୍ବଲପୁର ଛାତ୍ର ବିଜେଡ଼ି ସଭାପତି ଶୁଭ୍ରାଂଶୁ ପାଢି, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଗାନ୍ଧି ବେହେରା,ରେଙ୍ଗାଲି ଛାତ୍ର ବିଜେଡି ସଭାପତି ବାବୁଲୁ ରାଉତ, ବିଜେଡ଼ି ଛାତ୍ର ରାଜ୍ୟ ସମ୍ପାଦକ ଅନମୋଲ ଦାସ, ବରିଷ୍ଠ ନେତା ମନବୋଧ ବିଶ୍ବାଳ, ଗୋପିରାମ ମେହେର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ।

- Advertisement -

ଫାଇନାଲ ମ୍ୟାଚ୍ ରେମଜା ଓ ନୁଆଁଖିଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରେମଜା ଦଳ ୮ରନରେ ବିଜୟୀ ହୋଇଥିଲା। ବିଜେତା ଦଳକୁ ୩୦ ହଜାର ଟଙ୍କାସହ ଚମ୍ପିଆନ ଟ୍ରଫି ଓ ଉପବିଜେତା ଦଳକୁ ୧୮ ହଜାର ସହ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଥିଲା। ଖିଣ୍ଡା ଭିଏସଏସ କ୍ଲବର ସଭାପତି ଅଶୋକ ସେଠ, ସହଦେବ ରାଉତ, ରୋହିତ ରାଉତ, ବୋଲକର ରାଉତ, ରମାକାନ୍ତ ମାଲି ପ୍ରମୁଖ ସମସ୍ତ କ୍ଲବ ମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories