www.samajalive.in
Sunday, December 14, 2025
26.1 C
Bhubaneswar

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମତଦାନ ପାଇଁ କଡା ସୁରକ୍ଷା ମଧ୍ୟରେ ପହଞ୍ଚିଲା ୪୨ ଇଭିଏମ୍‌

ରେଙ୍ଗାଲିକ୍ୟାମ୍ପ- ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ କଡା ସୁରକ୍ଷା ମଧ୍ୟରେ ୪୨ଟି ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିଛି । ପୂର୍ବରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଷ୍ଟ୍ରଙ୍ଗ ରୁମ କୁ ନିରୀକ୍ଷଣ କରିଦେଖିଥିଲେ। ଏହାର ମରାମତି ଚାଲୁଥିବାରୁ କାମ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇ ଯାଇଥିଲେ । ଏହି ସବୁ ଇଭିଏମ୍‌କୁ ନିର୍ବାଚନ ଅଧିକାରୀ ତଥା ବରଗଡର ଉପଜିଲ୍ଲାପାଳ ଲଲାଟ ଲୁହଙ୍କ ତତ୍ୱାବଧାନରେ ରଖାଯାଇଛି ।

ଏ ସବୁର ଯାଞ୍ଚ ପାଇଁ ହାଇଦ୍ରାବାଦରୁ ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ଯନ୍ତ୍ରୀ ଆସିବେ । ମତଦାନ ସମୟରେ ସେ ଅତାବିରାରେ ଉପସ୍ଥିତ ରହିବେ । ସମସ୍ତ ମତଦାନ କେନ୍ଦ୍ରରେ ବ୍ୟାଲେଟ୍‌ ପେପର ,ଭୋଟିଂ ଯନ୍ତ୍ର, ଦଳୀୟ ଏଜେଣ୍ଟ,ପୋଲିଂ ଅଫିସର ମାନଙ୍କ ସଠିକ୍ ବସିବା ସ୍ଥାନ , ମକ୍ ପୋଲିଂ,ନିର୍ଦ୍ଧାରିତ ସମୟରେ ମତଦାନ ଶେଷ ହେବା ଆଦି କୁ ତଦାରଖ କରି ନିର୍ବାଚନ କୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ୧୦ ଜଣ ମାଜିଷ୍ଟ୍ରେଟ ଙ୍କୁ ନିଯୁକ୍ତି ଦିଆଯାଇଛି ।

- Advertisement -

ମତଦାନ ସରିବା ପରେ କାଉନସିଲର ପାଇଁ ରହିଥିବା ଭୋଟିଂ ଯନ୍ତ୍ର ଓ ଅଧ୍ୟକ୍ଷ ପଦ ପାଇଁ ରହିଥିବା ଭୋଟିଂ ଯନ୍ତ୍ର ଏବଂ ଅଚଳ ଅବସ୍ଥାରେ ଥିବା ଭୋଟିଂ ଯନ୍ତ୍ର ଗୁଡ଼ିକ କେଉଁ କେଉଁ ସ୍ଥାନରେ ରହିବ ସେ ନେଇ ଆସନ୍ତା ଏପ୍ରିଲ ୧ ତାରିଖରେ ସମସ୍ତ ରାଜନୈତିକ ଦଳଙ୍କ ଉପସ୍ଥିତିରେ ସ୍ପଷ୍ଟ କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଭୋଟିଂ ଯନ୍ତ୍ର ଗୁଡ଼ିକ ରହିଥିବା ଷ୍ଟ୍ରଙ୍ଗ ରୁମ କୁ ଦୁଇ ସେକ୍ସନ ପୁଲିସ ଜଗି ରହିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories