ଜ୍ୟୋତିଷଶାସ୍ତ୍ରରେ ଗରିବ ଅବସ୍ଥା ଦୂର କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ସେହି ଉପାୟ ଗୁଡିକ ଆପଣେଇବା ଦ୍ବାରା ଗ୍ରହ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ। ଏହାସହ ଧନ ପ୍ରାପ୍ତି ହୋଇଥାଏ। ପୂଜା ସମୟରେ ଅକ୍ଷତ ବା ଭାଙ୍ଗି ଯାଇନଥିବା ଚାଉଳକୁ ବ୍ୟବହାର କରିବା ଉଚିତ। କୌଣସି ଭଗବାନଙ୍କୁ ହଳଦୀ, ଅବିର ଓ କୁଙ୍କୁମ ଲଗାଇ ପୂଜା କରିବା ପରେ ଅକ୍ଷତ ଅର୍ପଣ କରିବା ଉଚିତ। ଅକ୍ଷତ ବିନା ପୂଜା କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ନଥାଏ।
ଶାସ୍ତ୍ର ଅନୁସାରେ ପୂଜା ସମୟରେ ଚାଉଳର ଅନେକ ମହତ୍ତ୍ବ ରହିଛି। ଏହାକୁ ସମସ୍ତ ଦେବାଦେବୀଙ୍କୁ ସମର୍ପଣ କରାଯାଇଥାଏ। ଏହାସହ ଯେକୌଣସି ବ୍ୟକ୍ତିଙ୍କୁ ଟିକା ଲଗାଇବା ବେଳେ ମଧ୍ୟ ଚାଉଳର ବ୍ୟବହାର କରାଯାଇଥାଏ। ଚାଉଳ/ଅକ୍ଷତର ବ୍ୟବହାର ଦ୍ବାରା ଘରେ ଦରିଦ୍ରତା ଦୂର ହୋଇଥାଏ।
ଭଗବାନ ଶିବଙ୍କୁ ଚାଉଳ ଅର୍ପଣ କରିବା ଉଚିତ। ଅର୍ପଣ କରାଯାଇଥିବା ଚାଉଳ ଯେପରି ଭାଙ୍ଗି ନଥାଏ ସେଥିପ୍ରତି ଧ୍ୟାନ ଦେବା ଉଚିତ।
ଚାକିରୀରେ ସମସ୍ୟା ସୃଷ୍ଟି ହେଉଥିଲେ ମିଠା ଭାତ ପ୍ରସ୍ତୁତ କରି କାଉମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ସମସ୍ୟା ଦୂର ହୋଇଥାଏ।
ଟଙ୍କାର ଅଭାବ ଲାଗି ରହିଥିଲେ ଅଧ କିଲୋ ଚାଉଳ ନିଅନ୍ତୁ। କୌଣସି ଶିବ ମନ୍ଦିରକୁ ଯାଇ ଏକାନ୍ତରେ ଶିବ ଲିଙ୍ଗ ପାଖରେ ବସନ୍ତୁ। ଏହାସହ ଶିବ ଲିଙ୍ଗରେ ଏକ ମୁଠା ଚାଉଳ ଅର୍ପଣ କରନ୍ତୁ। ଏହାପରେ ବଳି ଥିବା ଚାଉଳକୁ ଯେକୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ।
ଏହି ଉପାୟ ଯେକୌଣସି ପୂର୍ଣ୍ଣିମା ପରେ ଆସିଥିବା ସୋମବାର ଠାରୁ ଆରମ୍ଭ କରନ୍ତୁ। ଏପରି ଉପାୟ ୫ଟି ସୋମବାରରେ କରନ୍ତୁ। ଏହାଦ୍ବାରା ଘରେ ଟଙ୍କାର ଆଗମନ ହୋଇଥାଏ।
ପିତୃ ଦୋଷ ଦ୍ବାରା ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ପିତୃ ଦୋଷ ଦୂର କରିବା ପାଇଁ ଚାଉଳର ଖିରି ଓ ରୁଟି ପ୍ରସ୍ତୁତ କରି କାଉକୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ବାରା ପିତୃ ଦୋଷ ଦୂର ହୋଇଥାଏ। ଏବଂ ଅଟକି ଥିବା କାମ ସୁରୁଖୁରୁରେ ହୋଇଥାଏ।



