www.samajalive.in
Sunday, December 14, 2025
26.1 C
Bhubaneswar

ଖରାଦିନେ ନିଶ୍ଚୟ ଖାଆନ୍ତୁ ଏହି ଜିନିଷ ; ହେବ ନାହିଁ ସମସ୍ୟା

ଖରାଦିନ ଆରମ୍ଭ ହୋଇ ସାରିଲାଣି। ଖରାଦିନେ ଶରୀରରେ ଜଳୀୟ ଅଂଶର ଅଭାବ ହେବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଏହି ଦିନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌‌ ହେବା ଆବଶ୍ୟକ। ଖରାଦିନେ ଶରୀରକୁ ଶୀତଳ ରଖିବା ସହ ଆବଶ୍ୟକୀୟ ପରିମାଣରେ ଶରୀରରେ ଜଳର ଅଭାବ ଦୂର କରୁଥିବା ଖାଦ୍ୟ ସେବନ କରିବା ଉଚିତ। ଏହାଦ୍ୱାରା ଶରୀର ଠାରୁ ରୋଗ ଦୂରେଇ ରହିବାରେ ସହାୟକ ହୋଇଥାଏ। ଖରାଦିନେ ଶୀତଦିନ ଅପେକ୍ଷା କମ୍‌‌ ଭୋକ ହୋଇଥାଏ। ଖରାଦିନେ ସଠିକ୍‌‌ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ବାନ୍ତି, ପେଟ ଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ, ଏସିଡିଟି ଭଳି ସମସ୍ୟା ହୋଇଥାଏ।  କିଛି ସ୍ୱତନ୍ତ୍ର ପନିପରିବା ଖାଇବା ଦ୍ୱାରା ରୋଗରୁ ରକ୍ଷା ମିଳିବା ସହ ଶରୀରରେ ଜଳାଭାବ ଦୂର ହୋଇଥାଏ। ଜାଣନ୍ତୁ..
ଖରାଦିନେ ସବୁଜ ପନିପରିବା ନିଶ୍ଚୟ ଖାଆନ୍ତୁ। ସବୁଜ ପନିପରିବା ଶରୀରରେ ଆଇରନ, କ୍ୟାଲସିୟମ ଓ ଜଳର ଅଭାବ ଦୂର କରିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରରୁ ରୋଗକୁ ଦୂର କରିଥାଏ।

ଖରାଦିନେ ବିନସ୍‌‌ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ବିନସ୍‌‌ରେ ଭିଟାମିନ୍‌‌ ଓ ମିନେରାଲ୍ସ ଉତ୍ତମ ମାତ୍ରାରେ ରହିଛି। ଏହାସହ ଏଥିରେ ପ୍ରୋଟିନ୍‌‌, ଆଇରନ, ଜିଙ୍କ୍‌‌ ଓ ଭିଟାମିନ୍‌‌ କେ ଭରପୁର ମାତ୍ରାରେ ରହିଛି। ବିନସ୍‌‌ ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ କରିବାରେ ସହାୟକ ହୋଇଥାଏ।

- Advertisement -

ଲାଉରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଛି। ଏହା ହାଡକୁ ମଜଭୂତ କରିଥାଏ। ଏହାସହ ଲାଉ ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର ଓ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ। ତେଣୁ ଖରାଦିନେ ନିଶ୍ଚୟ ଲାଉ ସେବନ କରନ୍ତୁ।

କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ମାତ୍ର ସ୍ୱାଦରେ ପିତା ହୋଇଥିବାରୁ ଖୁବ୍‌‌ କମ୍‌‌ ଲୋକେ ଏହାକୁ ଖାଇଥାଆନ୍ତି। ମାତ୍ର ଖରାଦିନେ କଲରା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି, ଆଇରନ, କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ପେଟକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ।

ଟମାଟୋର ବ୍ୟବହାର ଅଧିକାଂଶ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ହୋଇଥାଏ। ଏହାର ବ୍ୟବହାର ସାଲାଡ, ଚଟଣି ଆଦିରେ ମଧ୍ୟ ହୋଇଥାଏ। ଖରାଦିନେ ଟମାଟୋର ସେବନ କରିବା ଦ୍ୱାରା ଶରୀରରେ ଜଳର ଅଭାବ ଦୂର ହୋଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories