www.samajalive.in
Saturday, December 13, 2025
26.1 C
Bhubaneswar

ବନ ବିଭାଗର ପାଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ କର୍ମଚାରୀ ଆହତ 

ବୌଦ୍ଧ : ବନବିଭାଗର କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ବୌଦ୍ଧ ଥାନା ଅନ୍ତର୍ଗତ ବଘିଅପଡା ପଂଚାୟତର ଖଲିଆ ପାଲି ଛକ ଠାରେ ରାତ୍ରୀରେ ହଠାତ ଦୁର୍ବୃତ୍ତ ମାନେ ଦୁଇଟି ବାଇକରେ ଆସି କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଦୁଇ ଜଣ କର୍ମଚାରୀ ଗୁଳିମାଡରେ ଗୁରୁତର ଆହତ ହୋଇଥିଲେ । ଦୁଇ ଆହତଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଆହତ ଦୁଇ କର୍ମଚାରୀ ହେଲେ ନୀଳାଚଳ ପ୍ରଧାନ ଓ ନବକିଶୋର ସାହୁ । କିଏ ଗୁଳି ଚାଳନା କଲା ଓ କାହିଁକି କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପ୍ରତିଦିନ ଗଞ୍ଜେଇ ମାଫିଆଙ୍କ ଉପରେ ଚଢାଉ କରି ବିପୁଳ ମାତ୍ରାରେ ଜବତ କରାଯାଉଥିବାବେଳେ ଗୁଳିକାଣ୍ଡ ପଛରେ ସେମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories