www.samajalive.in
Saturday, December 13, 2025
26.1 C
Bhubaneswar

୧୭ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନଳକୂପ

ହରଭଙ୍ଗା : ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ପିଇବା ପାଣି ଦିଗରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁତ୍ୱାରୋପ କରିଛନ୍ତି।ବିଶେଷକରି ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ତୁରନ୍ତ ନୂତନ ନଳକୂପ ଖନନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ପ୍ରକାଶ ଯେ ହରଭଙ୍ଗା ବ୍ଲକର ୩୧୯ ଅଙ୍ଗନୱାଡି କେନ୍ଦ୍ରରୁ ୧୭ଟି ଅଙ୍ଗନୱାଡି କେନ୍ଦ୍ରରେ ଆଦୌ ନଳକୂପ ନଥିବା ଜଣାପଡିଛି।ସେହିପରି ୩ଟି ଅଙ୍ଗନୱାଡି କେନ୍ଦ୍ରର ନଳକୂପ ଅଚଳଥିବା ଜଣାପଡିଛି।
ସେଥି ମଧ୍ୟରୁ ସମରକଟା, ବଦଲାସାହି, ଲେଙ୍ଗରପାଜୁ, କାଚପାଜୁ, କଟିଂସର, ଲୁଣ୍ଡ୍ରିଝୁରି, ନକୂଆନାଳି ,ବୃନ୍ଦାବନ, ରାୟପୁର, ବି.ଏନ.ପୁର, କୃଷ୍ଣପାଲ୍ଲୀ, ଅତଲସରା, ଝାରକଟା, ଖଲୀଆପାଲ୍ଲୀ,ବଘୁଆକଟା ଏବଂ ଜୟପୁର ଭଳି କେନ୍ଦ୍ରଗୁଡିକରେ ନଳକୂପ ନଥିବାବେଳେ ରତନପୁର,ପୁରୁଣାକଟକ-୩ ଏବଂ ଚନ୍ଦ୍ରଶେଖରପୁର ଭଳି ଅଙ୍ଗନୱାଡି କେନ୍ଦ୍ରର ନଳକୂପ ଅଚଳ ହୋଇପଡିଥିବା ଜଣାପଡିଛି। ତୁରନ୍ତ ହରଭଙ୍ଗା ବ୍ଲକ ଜଳ ଓ ପରିମଳ ବିଭାଗ ପକ୍ଷରୁ ନୂତନ ନଳକୂପ ଏବଂ ଅଚଳ ନଳକୂପଗୁଡିକୁ ମରାମତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories