www.samajalive.in
Saturday, December 13, 2025
26.1 C
Bhubaneswar

ରାମନାଗୁଡା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ବାର୍ଷିକ ସାଧାରଣ ବୈଠକ

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲ୍ୟାମ୍ପସ ସଭାପତି ଗଣପତି ନିମାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ, ଗୁଣୁପୁର କେସିସି ବ୍ୟାଙ୍କ ଶାଖା ପରିଚାଳକ ହରିଶ୍ଚନ୍ଦ୍ର ବାନାଗାଡି,ଏଆରସିଏସଟି. ଶବର ପ୍ରମୁଖ ଉପସ୍ଥିତ ଥିଲେ।ଏହି ସାଧାରଣ ସଭାରେବୈଠକରେ ପ୍ରାରମ୍ଭରେ ପୂର୍ବ ସାଧାରଣ ବୈଠକର ବିବରଣୀ ପାଠ କରାଯାଇଥିଲା।

ସେହିପରି ସମିତିର ୨୦୨୧-୨୨ ବର୍ଷର ଖର୍ଚ୍ଚଦାବି ଉପସ୍ଥାପନ କରାଯାଇଥିବା ବେଳେ ଆର୍ଥିକବର୍ଷ ୨୦୨୩-୨୪ ନିମନ୍ତେବଜେଟ ପାଠ କରାଯାଇଥିଲା । ଚଳିତବର୍ଷ ୨୦୨୩-୨୪ପାଇଁ ଆର୍ଥିକ ବଜେଟ ଆଗତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ପରିଚାଳନା କରିଥିବା ବେଳେ ରମେଶ ମାଣ୍ଡାଙ୍ଗି, ଏଲ.ସନ୍ତୋଷ କୁମାର, ଏ.ସନ୍ତୋଷ କୁମାର, ସୁରେଶ ନିମାଲା ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories