www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରସ୍ତାବିତ ରେଳପଥକୁ ବିରୋଧ

କେନ୍ଦୁଝରଗଡ଼: ଗୁହାଳଡିହି ଷ୍ଟେସନ ଠାରୁ ଶୁଆକାଟୀସ୍ଥିତ ଓଡିଶା ଖଣି ନିଗମ ଅଧିନ ପରିଚାଳିତ ଗନ୍ଧମାର୍ଦ୍ଦନ ଲୌହ ଖଣି ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣକୁ ନୂଆଗାଁ ପଞ୍ଚାୟତ ହାତୀକୁଚା ଗ୍ରାମବାସୀ ବିରୋଧ କରି ମଙ୍ଗଳବାର ସଦର ତହସିଲ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ନୂଆଗାଁ ସରପଞ୍ଚ ଆର୍ଶିବାଦ ନାଏକଙ୍କ ନେତୃତ୍ୱରେ ହାତୀକୁଚା ଗ୍ରାମର ଗୋପବନ୍ଧୁ ମହାନ୍ତ, ବସନ୍ତ କୁମାର ମହାନ୍ତ, ହରେକୃଷ୍ଣ ମହାନ୍ତ, ବୈଶାଖୀ ମହାନ୍ତ, ଶକୁନ୍ତଳା ମହାନ୍ତ ପ୍ରମୁଖ ସଦର ତହସିଲଦାରଙ୍କୁ ଭେଟି ବସ୍ତିଯୋଗ୍ୟ ଜମିକୁ ବାଦ୍‍ ଦିଆଯାଇ ପ୍ରସ୍ତାବିତ ରେଳପଥର ଦିଗ ପରିବର୍ତ୍ତନ କରାଯାଇ ନୂତନ ରେଳପଥ ନିର୍ମାଣ କରାଗଲେ ଗ୍ରାମବାସୀଙ୍କ ଜୀବନଜୀବୀକା ସୁରକ୍ଷିତ ରହିପାରିବ ବୋଲି ଗୁହାରୀ କରିଥିଲେ। ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ରେଳପଥ ନିର୍ମାଣ ନିମନ୍ତେ ଜମିଅଧିକଗ୍ରହଣ ପାଇଁ ହୋଇଥିବା ନୋଟିସ୍‍ ମୁତାବକ ଜମି ଅଧିଗ୍ରହଣ କରାଗଲେ ହାତୀକୁଚା ଗ୍ରାମ ସମ୍ପୂର୍ଣ୍ଣ ଲୋପ ପାଇବା ସହ ଚାଷୀ ସେମାନଙ୍କ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବାକୁ ଥିବାରୁ ପ୍ରସ୍ତାବିତ ରେଳ ପଥର ଗତି ପରିବର୍ତ୍ତନ କରାଯିବାକୁ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ନିବେଦନ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories