www.samajalive.in
Tuesday, December 9, 2025
15.1 C
Bhubaneswar

ଲାଞ୍ଚ ଗ୍ରହଣ ମାମଲାରେ ଉଦ୍ୟାନ ବିଭାଗ କିରାଣୀଙ୍କୁ ୪ ବର୍ଷ ଜେଲ, ୧୦ ହଜାର ଜରିମାନା

ଫୁଲବାଣୀ: ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣୀ କରି ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଉଦ୍ୟାନ ବିଭାଗର ତତ୍କାଳୀନ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀ। ସୂଚନା ଅନୁଯାୟୀ, ଗତ ୨୦୧୮ ମସିହାରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ଜନୈକ କର୍ମଚାରୀ ସୁନୀଲ କୁମାର ବେହେରାଙ୍କ ଦରମା ଆକାଉଣ୍ଟ ବାଲିଗୁଡାରୁ ଫୁଲବାଣୀ ଆନ୍ଧ୍ର ବ୍ୟାଙ୍କକୁ ସ୍ଥାନାନ୍ତରିତ କରିବା ପାଇଁ ଅଭିଯୁକ୍ତ ପ୍ରଦୀପ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ସୁନୀଲ ଏ ନେଇ ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ଦେଇଥିଲେ। ପୂର୍ବ ପ୍ରସ୍ତୁତି ପ୍ରକାରେ ପ୍ରଦୀପ ଏହି ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏ ନେଇ ୪୪/୨୮ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀ ପି ଛତ୍ରିଆଙ୍କ ନେତୃତ୍ୱରେ ଚଢାଉ କରାଯାଇଥିବା ବେଳେ ଆର କେ ସୁନା ତଦନ୍ତ ଦାୟିତ୍ବରେ ଥିଲେ। ଆଜି ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି ସମରବିଳାସ ବେହେରା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି ଭି ରାମଦାଶ ପରିଚାଳନା କରୁଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories