www.samajalive.in
Saturday, December 13, 2025
21.1 C
Bhubaneswar

ଫୁଲବାଣୀ ପଲିଟେକ୍ନିକ କଲେଜରେ ସ୍ୱେଛାକୃତ ରକ୍ତଦାନ ଶିବିର

ଫୁଲବାଣୀ :କନ୍ଧମାଳ ଜିଲା ରେଡକ୍ରସ ଶାଖା ପକ୍ଷରୁ ସ୍ଥାନୀୟ ପଲିଟେକ୍ନିକ କଲେଜ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ପଲିଟେକ୍ନିକ କଲେଜ ପକ୍ଷରୁ ଆୟୋଜନ କରାଯାଇଥିଲା। ଶିବିରରେ ଅତିଥି ଭାବରେ ଫୁଲବାଣୀ ସମନ୍ୱିତ ଆଦିବାସୀ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେଶ କୁମାର ଶବର ଯୋଗ ଦେଇ ଥିବା ବେଳେ ଏହି ଅବସରରେ ସେଠାରେ କନ୍ଧମାଳ ଜିଲା ଆପାତକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ପ୍ରଦ୍ୟୁମ୍ନ ମଣ୍ଡଳ,ଫୁଲବାଣୀ ସରକାରୀ ଶିଳ୍ପ ତାଲିମକେନ୍ଦ୍ରର ଅଧ୍ୟକ୍ଷ ପ୍ରକାଶ କୁମାର ସେଠୀ,ପଲିଟେକ୍ନିକ କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ,ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡ.ଜୟଦୀପ ଘୋଷ, ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଓ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ରକ୍ତ ସଂଗ୍ରହ କାର୍ଯ୍ୟ ଫୁଲବାଣୀ ରକ୍ତଭଣ୍ଡାର କର୍ମଚାରୀ ପ୍ରଶାନ୍ତ କୁମାର ରତ୍ନାଲୁ,ଅର୍ଚ୍ଚନା ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ। ଶିବିରରେ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ମାନଙ୍କ ସମେତ ପଲିଟେକ୍ନିକ କଲେଜର ଛାତ୍ର ମାନେ ଓ କର୍ମଚାରୀ ମାନେ ମଧ୍ୟ ସ୍ୱେଛାକୃତ ଭାବରେ ରକ୍ତଦାନ କରିଥିଲେ ଏହି ଶିବିରରେ ସମୁଦାୟ ୫୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଶିବିରକୁ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କର୍ମଚାରୀ ଅଜୟ କୁମାର ରଇତ,କାହ୍ନୁଚରଣ ପ୍ରଧାନ ଏବଂ ବିରଞ୍ଚି ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହାୟତା କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories