www.samajalive.in
Sunday, December 14, 2025
26.1 C
Bhubaneswar

ଆର୍ଥିକ ସମସ୍ୟା ଦୂର କରିବ ରସୁଣ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରର ରୋଷେଇ ଘରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଜିନିଷ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଧନୀ ମଧ୍ୟ କରାଇଥାଏ। ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ସେଭଳି ରସୁଣ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ଜିନିଷ ମଧ୍ୟରୁ ଗୋଟିଏ। ଏହା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ। ଜାଣନ୍ତୁ..
ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହୁଥିଲେ, ଧନର ଅଭାବ ହେଉଥିଲେ, ଶନିବାର ଦିନ ନିଜ ପାଖରେ ଏକ ରସୁଣ ରଖନ୍ତୁ। ବାହାରକୁ ଗଲେ ରସୁଣକୁ ନିଜ ନିକଟରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ।
ଲଗାତାର ବ୍ୟବସାୟରେ ବାଧା ସୃଷ୍ଟି ହେଉଥିଲେ, ୫ ରୁ ୭ଟି ରସୁଣ ପାଖୁଡା ଏକ ଲାଲ କପଡାରେ ବାନ୍ଧି ଦୋକାନ କିମ୍ବା କାର୍ଯ୍ୟସ୍ଥଳରେ ରଖନ୍ତୁ। ଏପରି କରିବା ଦ୍ୱାରା ଲାଭ ହୋଇଥାଏ।
ଘରେ ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଏବଂ କଳହ ଦୂର ପାଇଁ ମଙ୍ଗଳବାର ଓ ଶନିବାର ଘରର ଛାତରେ କିଛି ରସୁଣ ରଖନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories