www.samajalive.in
Sunday, December 14, 2025
19.1 C
Bhubaneswar

ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ; କ୍ଷତି ପୂରଣ ପାଇଁ ଜାତୀୟ ରାଜପଥ ଅବରୋଧ 

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁଣି ଜଣେ ଦାଦନ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ପହଞ୍ଚିବା ପରେ କ୍ଷତି ପୂରଣ ଦାବିରେ ମାହଜନଗୁଡା ଠାରେ ଜାତୀୟ ରାଜପଥ ୨୬କୁ ପରିବାର ଓ ଗାଁ ଲୋକେ ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ଗତ ରବିବାର ସକାଳୁ ତାମିଲନାଡୁରେ କାମ କରୁଥିବା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ରୁଦ୍ର ବେଶ୍ରାଙ୍କ ସାନପୁଅ ମହେନ୍ଦ୍ର ବେଶ୍ରା(୨୦)ଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୩ ମାସ ତଳେ ମହେନ୍ଦ୍ର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲା କାରୋଭାଲୁର ସ୍ଥିତ ସୂତା ଫେକ୍ଟ୍ରିରେ ଶ୍ରମିକ ଭାବେ ନିୟୋଜିତ ହୋଇଥଲେ ।  ସବୁ କିଛି ଠିକ୍ ଠାକ୍ ଥିବା ଓ ସାମାନ୍ୟ ଜ୍ବର ହେଉଥିବା ନେଇ ଦୁଇ ଦିନ ତଳେ ଘର ଲୋକଙ୍କୁ ଫୋନ୍ କରି ଜଣାଇବାରୁ ପରିବାର ଲୋକେ ତାଙ୍କୁ କିଛି ଦିନ କାମକୁ ନ ଯିବାକୁ କହିଥିଲେ ।
ସେଠାରେ ରବିବାର ସକାଳୁ ମହେନ୍ଦ୍ରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଏହା ପରେ ପରିବାର ଲୋକଙ୍କୁ କମ୍ପାନୀ କର୍ମଚାରୀ ମାନେ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ନେଇ ଫେ।ନ୍ କରି ଜଣେଇଲେ । ତେବେ ସେଠାରେ ଥିବା ମହେନ୍ଦ୍ରଙ୍କ ସାଥି ଶ୍ରମିକ ମାନଙ୍କ ଠାରୁ ଓ ଆସିଥିବା ଫଟୋରୁ ପରିବାର ଲୋକେ ମହେନ୍ଦ୍ରର ମୃତ୍ୟୁ ପଛରେ କୌଣସି କାରଣ ଲୁଚି ରହିଥିବା ବେଳେ ସେ ଏଭଳି କରି ନଥିବା ଅଭିଯୋଗ କରିଥିଲେ । ଅନ୍ୟପଟେ ରୋଜଗାରକ୍ଷମ ପୁଅର ମୃତ୍ୟୁ ପରେ ଆଖିରେ ଆଖିଏ ଲୁହ ରଖି ବାହୁନୀ ବାହୁନି କାନ୍ଦୁଛି ମା’ ବାପା ସହିତ ପୁରା ପରିବାର । ତେବେ ଗାଁକୁ ଶବ ପହଁଞ୍ଚିବା ପରେ ପାଖପଡୀଶା ଓ ଗାଁ ଦାଣ୍ଡରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କ୍ଷତିପୂରଣ ପାଇଁ ଜାତୀୟ ରାଜ ପଥ ଅବରୋଧ କରିଥିବା ବେଳେ ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣା ସ୍ଥଳରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଏସ.ଆଇ ରାଜେଶ କୁମାର ପରିଡା , କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ତହସିଲଦାର ଦେବବ୍ରତ କରାଟି ପହଁଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରୁଥୁବା ଦେଖିବାକୁ ମିଳିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories