www.samajalive.in
Saturday, December 13, 2025
26.1 C
Bhubaneswar

ବିଧାନସଭାରେ ହୁମ୍ମା ଲବଣ ଜମିର ମାଲିକାନା ନେଇ ପ୍ରଶ୍ନ ଉଠାଇଲେ ଛତ୍ରପୁର ବିଧାୟକ 

ଗଞ୍ଜାମ : ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନସଭାରେ ଗଞ୍ଜାମ ବ୍ଲକରେ ରହିଥିବା ଐତିହାସିକ ହୁମ୍ମା ଲବଣ ଜମିର ମାଲିକାନାକୁ ନେଇ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉକ୍ତ ଲବଣ ଚାଷ ଜମିକୁ ରାଜ୍ୟ ସରକାରଙ୍କ ମାଲିକାନାକୁ ଆଣିବା ପାଇଁ ବର୍ତ୍ତମାନ କଣ ପଦକ୍ଷେପ ନିଆଯାଇଛି ସେନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ପତ୍ର ସଂଖ୍ୟା ୧୨୭୦୬ ଅନୁଯାୟୀ, ୧୬,୩,୨୦୨୦ ତାରିଖରେ ଉକ୍ତ ଜମିରେ ପରିଚାଳନା ପରିବର୍ତ୍ତେ ସମ୍ପୂର୍ଣ୍ଣ ମାଲିକାନା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଧା କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସୂଚନା ହସ୍ତଗତ ହୋଇନଥିବା ମନ୍ତ୍ରୀ ଉତ୍ତର ରଖିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ଲବଣ ଉତ୍ପାଦନ ଚାଷ ଜମିର କେବଳ ପରିଚାଳନା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୨୦୧୯ ମସିହାରେ ପ୍ରସ୍ତାବ ଦେଇଥିଲେ। ଗତ କିଛି ବର୍ଷ ହେଲା ଅଧିକାଂଶ ଜମି ଲୁଣ ଉତ୍ପାଦନ ନହୋଇ ଜମି ପଡିଆ ପଡ଼ିଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories