www.samajalive.in
Saturday, December 13, 2025
26.1 C
Bhubaneswar

ନଦୀରେ ଭାସି ଯାଇ ୩ ଛାତ୍ର ନିଖୋଜ

ଜଗତସିଂହପୁର : ନଦୀରେ ଭାସି ଯାଇ ୩ ଛାତ୍ର ନିଖୋଜ। ଜଗତସିଂହପୁରରେ ସୋମବାର ଦେବୀ ନଦୀରେ ଭାସିଯାଇ ୩ ଜଣ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ମାଛ ଗାଁ ନିକଟରେ ଗାଧୋଇବା ବେଳେ ଭାସି ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ସମସ୍ତ ୩ ଛାତ୍ର ଭୁବନେଶ୍ୱରରେ +୨ ପଢୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଭୁବନେଶ୍ୱରର ୩, ସ୍ଥାନୀୟ ଆମ୍ବଶାଳର ଜଣେ ଛାତ୍ର ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ଖୋଜାଖୋଜି ଜାରି ରହିଛି।
ସୂଚନାନୁଯାୟୀ, ବୁଡି ଯାଇଥିବା ଛାତ୍ରମାନେ ବାଲିକୁଦା ଥାନା ଅନ୍ତର୍ଗତ ସ୍ଥାନୀୟ ଆମ୍ବସାଲ ଗ୍ରାମର । ୪ଜଣ ଗାଧୋଇବା ଯାଇଥିଲେ, ମାତ୍ର ଭାସି ଯାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବାଲିକୁଦା ମେଡିକାଲରେ ଭର୍ତ୍ତି କରିଛନ୍ତି। ନିଖୋଜ ୩ ଜଣଙ୍କ ମଧ୍ୟରୁ ଜଣେ ୧୦ମ ଓ ୨ଜଣ ୯ମ ଶ୍ରେଣୀ ଛାତ୍ର । ବାଲିକୁଦା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ୟ୍ୟ ଜାରି ରଖିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories