www.samajalive.in
Sunday, December 14, 2025
16.1 C
Bhubaneswar

ବୁର୍ଲା ଭିସୁଟରେ ରାସାୟନିକ ଓ ଜୀବ ବିଜ୍ଞାନ ବିଭାଗର ପ୍ରଥମ ଜାତୀୟସ୍ଥରୀୟ ଅଧିବେସନ

ବୁର୍ଲା: ବୁର୍ଲା ଭିସୁଟରେ ରାସାୟନିକ ଓ ଜୀବ ବିଜ୍ଞାନ ବିଭାଗର ପ୍ରଥମ ଜାତୀୟସ୍ଥରୀୟ ବିଜୁ ପଟ୍ଟନାୟକ ଇ-ଶିକ୍ଷାଦାନ କେନ୍ଦ୍ରରେ ଆରମ୍ଭ ହୋଇଯାଇଛି। ଏହି ଜାତୀୟ ସମ୍ମିଳନିରେ ବିଭିନ୍ନ ବୈଷୟିକ କ୍ଷେତ୍ର ତଥା ଆଇଆଇଟି, ଜାତୀୟ କୃଷି ବିଶ୍ୱବିଦ୍ୟାଳୟ ଏନଆଇଟି, ଆଇଏସଏସଟି, ଏସବିସିୟୁ, ଶୀତମ ପ୍ରଦ୍ୟୋଗିକ ବିଦ୍ୟାଳୟ, ନ୍ୟାସନାଲ ୟୁନିୟନ ବିଶ୍ୱବିଦ୍ୟାଳୟ, ତାଇୱାନରେ କାର୍ଯ୍ୟରତ ପ୍ରଫେସର, ଗବେଷକ, ଛାତ୍ରଛାତ୍ରୀ ଓ ଶିଳ୍ପ ବିଭାଗର କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି। ଭିସୁଟ ରସାୟନ ଏବଂ ଜୀବ ବିଜ୍ଞାନ ବିଭାଗ ଅନୁକୁଲ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ କୁଳପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ବଂଶୀଧର ମାଝୀ ଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ରସାୟନ ଓ ଜୀବବିଜ୍ଞାନ ଗବେଷକ ଓ ଶିକ୍ଷାବିତ ମାନଙ୍କର ଦେଶ ଗଠନରେ ଭୁମିକା ଓ ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ସାମ୍ପ୍ରତିକ ଗବେଷଣା କିପରି ଦେଶର ଅର୍ଥନିତିରେ ଯୋଗ ଦେଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଏନସିସିବିଏସ-୨୦୨୩ର ସଭାପତି ତଥା ରସାୟନ ଯାନ୍ତ୍ରୀକ ବିଭାଗୀୟ ମୁଖ୍ୟ ଡ ପଙ୍କଜ ଚରଣ ଜେନା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସାଧାରଣ ସମ୍ପାଦକ ଡ କୃଷ୍ଣପ୍ରସାଦ ଷଡ଼ଙ୍ଗୀ ଏହି ସମ୍ମିଳନିରେ ଅଂଶଗ୍ରହଣ କରିଥିବା ସମସ୍ତ ଗବେଷକ ଏବଂ ଶିକ୍ଷାବିତ ମାନଙ୍କର ବିବରଣୀ ପାଠ କରିବା ସହ ପ୍ରୟୋଜକ ମାନଙ୍କର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର କୌସ୍ତଭ ମହାନ୍ତି ବାୟୋଫୁଏଲର ମହତ୍ୱ ଉପରେ ଆଲୋଚନା କରିଥିଲେ।

ବରିଷ୍ଠ କୃଷି ବୈଜ୍ଞାନିକ ଡ ପ୍ରକାଶ କୁମାର ଷଡ଼ଙ୍ଗୀ ବାୟୋ ଫୁଏଲ ଉତ୍ପାଦନରେ ବାୟୋମାସର ଭୁମିକା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହି ଦୁଇ ଦିବସୀୟ ଜାତୀୟ ମହାଅଧିବେସନରେ ପ୍ରାୟ ଦଶଜଣ ଆମନ୍ତ୍ରିତ ବକ୍ତବ୍ୟ ଏବଂ ଷାଠିଏ ଜଣ ଗବେଷକ ଓ ଶିକ୍ଷାବିତ ମାନଙ୍କର ମୌଖିକ ସନ୍ଦର୍ଭ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ସ୍ମାରକୀ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଡ଼ିନ ଅଫ୍‌‌ ସ୍କୁଲ ମେକାନିକାଲ ସାଇନ୍ସ ପ୍ରଫେସର ଦେବଦତ୍ତ ମିଶ୍ର, ଡ଼ିନ ଅଫ୍‌‌ ସ୍କୁଲ କେମିକାଲ ଆଣ୍ଡ ବାୟୋସାଇନସ ପ୍ରଫେସର ଜୟଦେବ ରାଣା, ଡ଼ିନ ସିଡ଼ିସିଇ ପ୍ରଫେସର ଦେବବ୍ରତ ଧୁପାଲ, ଡ଼ିନ ସ୍କୁଲ ଅଫ୍‌‌ ହ୍ୟୁମାନିଟିଜ ଆଣ୍ଡ ବେସିକ ସାଇନସ ପ୍ରଫେସର ଜେ ପି ପଣ୍ଡା, ଡ଼ିନ ସ୍କୁଲ ଆଣ୍ଡ ଇନଫ୍ରାଷ୍ଟ୍ରକଚର ପ୍ଲାନିଙ୍ଗ ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉଦଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories