www.samajalive.in
Sunday, December 14, 2025
14.1 C
Bhubaneswar

ଖପ୍‌‌ସାଡେରାରେ ପ୍ରାଣୀ ସମ୍ପଦ ଚିକିତ୍ସା ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌‌ ଟାମ୍ପରକେଲା ପଞ୍ଚାୟତ ଅନ୍ତର୍ଗତ ଖପସାଡେରା ଗ୍ରାମରେ ଆଜି ପ୍ରାଣି ସମ୍ପଦ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ବନବିଭାଗର ରେଙ୍ଗାଲି ବନାଞ୍ଚଳ ପକ୍ଷରୁ ଆୟୋଜିତ ଏହି ଶିବିରରେ ୩ ଶହରୁ ଅଧିକ ଗାଈଗୋରୁ, ଛେଳି ମେଣ୍ଢା, କୁକୁଡା ବତକ ଆଦି ଗୃହପାଳିତ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ଔଷଧ ଏବଂ ଇନ୍‌‌ଜେକ୍ସନ୍‌‌ ଦିଆଯାଇଥିଲା। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବନପାଳ ପୃଥ୍ୱୀରାଜ ବେହେରା ସଭାପତିତ୍ୱ କରି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ପ୍ରାଣୀ ସମ୍ପଦ ସହିତ ମାନବ ସମାଜର ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଳକ୍‌‌ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ଡାଃ ସୁରେନ୍ଦ୍ର କୁମାର ବେହେରା , ଅତିଥି ରୂପେ ଯୋଗ ଦେଇ ପ୍ରାଣୀ ସମ୍ପଦର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହାର ନିରାକରଣ ସମ୍ବନ୍ଧ ରେ ବକ୍ତବ୍ୟ ଦେଇ ପ୍ରାଣୀ ସମ୍ପଦ ପାଳନ କରୁଥିବା ବ୍ୟକ୍ତି ସେମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories