www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟାଳୟ ଛାତ୍ରାବାସରେ ପଶି ଛାତ୍ରୀଙ୍କୁ ଟଣା ଓଟରା ଅଭିଯୋଗ

ପାଟଣା: ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମାଧପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ ପରିସରରେ ଥିବା ୪୦ ଶଯ୍ୟା ବିଶିଷ୍ଟ ସ୍ୱଳ୍ପ ବ୍ୟୟୀ ଛାତ୍ରାବାସରେ ଗତକାଲି ରାତ୍ରି ବିଦ୍ୟାଳୟର ମହିଳା ରୋଷେୟାଙ୍କ ୨୨ବର୍ଷର ବିବାହିତ ପୁଅ ପଶି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣା ଓଟରା କରିଥିଲେ। ଘଟଣା ଜଣାପଡିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ସ୍କୁଲ ଫାଟକରେ ତାଲା ପକାଇଥିଲେ। ଆଜି ସକାଳୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଫାଟକରୁ ଲୋକେ ଚାବି ଖୋଲିବା ପରେ ପୁନର୍ବାର ତାଲା ପକାଇ ଦେଇଛନ୍ତି। ଫଳରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ବିନତି ବାନରା, ପୂର୍ବତନ ସରପଂଚ ସୋମବାରୀ ମୁଣ୍ଡା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯଶୋବନ୍ତ ମହାନ୍ତ ଓ ସ୍ଥାନୀୟ ଶିକ୍ଷକ ନେତା ମାନଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ପାଇଁ ବୈଠକ କରିଥିଲେ। ପୀଡ଼ିତାର ପିତାମାତା ଏଥିପାଇଁ ଆଇନର ଆଶ୍ରୟ ନେବାକୁ ରାଜି ନଥିବାରୁ ସୋମବାର ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories