www.samajalive.in
Sunday, December 14, 2025
26.1 C
Bhubaneswar

କଲମପୁରରେ ନିର୍ମାଣ ହେବ ଆଦର୍ଶ ଶ୍ମଶାନ

କଲମପୁର: ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ଆଜି ଦିନିକିଆ ଗସ୍ଥରେ କଲମପୁର ଆସିଥିଲେ। କଲମପୁର ସମିତି କାର୍ଯ୍ୟାଳୟରେ ପହଂଚିବା ପରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ ଜଣାଇଥିଲେ। ବ୍ଲକ ସଭାଗୃହ ଠାରେ ପରିଷଦ ଦ୍ୱାରା ପ୍ରଦତ ଅନୁଦାନର ବିନିଯୋଗ ଏବଂ ପ୍ରକଳ୍ପ ସବୁର ସ୍ଥିତି ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଅର୍ଦ୍ଧ ନିର୍ମାଣ ଅବସ୍ଥାରେ ଥିବା ବିଭିନ୍ନ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନେଇ ଆଲୋଚନା କରାଯାଇଥିଲା।

ଏହାସହ ନୂତନ ପ୍ରକଳ୍ପ ସବୁ ପାଇଁ ବ୍ୟୟ ଖସଡା ପ୍ରସ୍ତୁତ ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ନିକଟରେ କଲମପୁର ଠାରେ ଏକ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିବା କହିବା ସହ ତୁରନ୍ତ ଏହାର ବ୍ୟୟ ଅଟକଳ ପ୍ରସ୍ତୁତ କରି ଦାଖଲ କରିବା ପାଇଁ ବିଡିଓ ଶ୍ରୀ ମାଣ୍ଡାଙ୍ଗିଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ମିନିଷ୍ଟାଡିୟମ, କଲ୍ୟାଣ ମଣ୍ଡପ ଓ ଅନୁଦାନ ପ୍ରାପ୍ତ ଅମୋହମଣୀ ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ମିନିଷ୍ଟାଡିୟମର ବାଉଣ୍ଡରୀ, ଗ୍ୟାଲେରୀ ଓ ଚେଞ୍ଜିଙ୍ଗ ରୁମ ନିର୍ମାଣ ପାଇଁ ଅନୁଦାନ ଯୋଗାଇବା ପାଇଁ ବ୍ୟବସ୍ତା କରାଯିବା ନେଇ ଶ୍ରୀ ମିଶ୍ର ସୁଚନା ଦେଇଥିଲେ।

- Advertisement -

ସେହିଭଳି କଲ୍ୟାଣ ମଣ୍ଡପ ନିର୍ମାଣ ହେଇ ସାରିଥିଲେ ମଧ୍ୟ ବିଦ୍ୟୁତ୍, ପାନୀୟ ଜଳ ଏବଂ ବାଉଣ୍ଡରୀ ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା। ଏହାପରେ ଅନୁଦାନପ୍ରାପ୍ତ ଅମୋହମଣୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିପର୍ଯ୍ୟସ୍ଥ କୋଠା ଦେଖି ତୁରନ୍ତ ଏଥିପାଇଁ ଅଧିକ ଅନୁଦାନ ଯୋଗାଇ କୋଠା ନିର୍ମାଣ ପାଇଁ ଅଂଚଳବାସୀ ଅନୁରୋଧ କରିଥିଲେ। ଏହାପରେ ଶ୍ରୀ ମିଶ୍ର ୫ଟି ମାଧ୍ୟମରେ ରୁପାନ୍ତରିକରଣ ଚାଲିଥିବା ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଓ ବିଜମରା ଖେଳ ପଡିଆ ପରିଦର୍ଶନ କରିଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଏହି ଗସ୍ଥ ସମୟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହ ଦେଓଙ୍କ ସମେତ ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ଅବିନାଶ ଠାକୁର, ଜିଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories