www.samajalive.in
Saturday, December 13, 2025
26.1 C
Bhubaneswar

ବାରୁଣୀଯାତ୍ରା କମିଟି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : କଖଡି ବାରୁଣୀଯାତ୍ରା କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଭୁ ଧବଳେଶ୍ୱର-ସର୍ପେଶ୍ୱରଙ୍କ ମହାମିଳନ ଅନୁଷ୍ଠିତ ହେବା ସହ ବିମାନରୁଢ ଦିଅଁ କଖଡି ପାଲାତୋଟା ଠାରେ ସମ୍ମିଳିତ ହୋଇ ମହାନଦୀର ବ୍ରହ୍ମପୁର ସିଦ୍ଧନାରାୟଣୀ ଘାଟରେ ବାରୁଣୀ ସ୍ନାନ ପରେ ୫ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଭୁ ଧବଳେଶ୍ୱର-ସର୍ପେଶ୍ୱରଙ୍କ ବାରୁଣୀ ଯାତ୍ରାକୁ ସୁରୁଖୁରୁରେ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିବା କର୍ମକର୍ତ୍ତାଙ୍କୁ ଗ୍ରାମ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଁ କମିଟି ସଭାପତି ଦିଲ୍ଲିପ କୁମାର ଛତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସରପଞ୍ଚ କଳ୍ପନା ଛତାର, ମାୟାଧର ଦଳାଇ, ଚନ୍ଦ୍ରଶେଖର ପରିଡା, ରଞ୍ଜନ କୁମାର ମୁଦୁଲି, ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ପ୍ରଫୁଲ କୁମାର ସାହୁ, ଗାଁ ସଂପାଦକ ସନ୍ତୋଷ କୁମାର ବେଦାନ୍ତ, ସମିତିସଭ୍ୟ ପ୍ରଦୀପ ମହାନ୍ତି, ନାଟ୍ୟକାର ପ୍ରଶାନ୍ତ କୁମାର ପୁହାଣ, ମହାଦେବ ମୁଦୁଲି, ପବିତ୍ର ନାୟକ, ପ୍ରଯୋଜକ ମନୋଜ କୁମାର ନାୟକ, ଅଭିନେତା ମାନସ ପଣ୍ଡା, ସନାତନ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରଞ୍ଜନ କୁମାର ମୁଦୁଲି(କାଳିଆ) ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories