www.samajalive.in
Sunday, December 14, 2025
14.1 C
Bhubaneswar

ଅମୃତପାଲଙ୍କୁ ଆଶ୍ରୟ ଦେଇଥିବା ମହିଳା ଗିରଫ

ଚଣ୍ଡିଗଡ: ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଜଣେ ମହିଳାଙ୍କୁ ହରିୟାଣା ପୁଲିସ ଗିରଫ କରିଛି। ଗିରଫ ମହିଳା ହେଉଛନ୍ତି ବଲଜିତ କୌର। ପୁଲିସ କହିଛି ଯେ ଗତ ରବିବାର ଅମୃତପାଲ ପଞ୍ଜାବରୁ ଫେରାର ହୋଇ ହରିୟାଣା ଚାଲିଆସିବା ପରେ ବଲ୍‌ଜିତ ଘରେ ଆଶ୍ରୟ ନେଇଥିଲେ। ବଲଜିତ୍‌ଙ୍କୁ ଏବେ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରାଯାଇଥିବା କୁରୁକ୍ଷେତ୍ର ଏସପି ସୁରିନ୍ଦର ସିଂହ ଭୋରିଆ କହିଛନ୍ତି। ସେହିପରି ଅମୃତପାଲଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତେଜିନ୍ଦର ସିଂହ ଗିଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେଜିନ୍ଦରଙ୍କ ଘର ଲୁଧିଆନା ଜିଲାର ଖାନ୍ନା ଅଞ୍ଚଳରେ। ତେଜିନ୍ଦର ପାଖରେ ଅସ୍ତ୍ରଶସ୍ତ୍ର ରଖିବାର ଲାଇସେନ୍ସ ନଥିବାବେଳେ ସେ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥାଏ। ଏଥିପାଇଁ ତେଜିନ୍ଦର ବିରୋଧରେ ଆଇପିସି ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅମୃତପାଲଙ୍କ ୨୦୭ ଜଣ ସହଯୋଗୀଙ୍କୁ ଗିରଫ କରାଗଲାଣି। ତେବେ ଏହି ଘଟଣାରେ କୌଣସି ନିରୀହ ଲୋକଙ୍କୁ ହଇରାଣ କରାଯାଇ ନଥିବା ପୁଲିସ କହିଛି। ଅନ୍ୟପଟେ ଅମୃତପାଲଙ୍କୁ ଗିରଫ ଲାଗି ପଞ୍ଜାବ ପୁଲିସ ଶନିବାର ଠାରୁ ଚଢଉ ଜାରି ରଖିଥିବାବେଳେ ଏଥିରେ ସଫଳ ହୋଇପାରି ନାହିଁ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories