www.samajalive.in
Sunday, December 14, 2025
26.1 C
Bhubaneswar

ବାଳି-ବଳିପୁର ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ, ନିର୍ମାଣ କାମରେ ଶିଥିଳତା ପାଇଁ ଲୋକ ଭୋଗୁଛନ୍ତି ଦୁର୍ଦ୍ଦଶା

ଗୁରୁଡିଝାଟିଆ: ୫୫ ନଂ ଜାତୀୟ ରାଜପଥର ବାଳି ଛକ ଠାରୁ ପର୍ବତିଆ, ଛଅଗାଁ ଓ କୁମାରପୁର ଦେଇ ବଳିପୁରକୁ ସଂଯୋଗ କରୁଥିବା ରାସ୍ତାକାମ ନିମ୍ନମାନର ନେଇ ସାଧାରଣରେ ଅଭିଯୋଗ ହୋଇଛି। ରାସ୍ତାରେ ପଡୁଥିବା ପିଚୁର ମୋଟେଇ କମ ହୋଇଥିବାରୁ କମ ଦିନ ଭିତରେ ଉଠିଯିବାକୁ ବସିଲାଣି। ଏପରିକି ରାସ୍ତାରେ ପିଚୁ କରିବା ପାଇଁ କଳାପଥର (ଛୋଟଅକାରର) ବିଛାଯାଇଥିଲେ ମଧ୍ୟ ତ୍ୱରିତ କାମ ହେଉନଥିବାରୁ କୁମାରପୁର ଛକ ନିକଟରେ ଲୋକମାନେ ଗାଡିରୁ ପଡି ଖଣ୍ଡିଆଖାବରା ହେଉଛନ୍ତି। ସାଧାରଣ ଜନତା କାମର ଶୈଳୀ ଓ ନିମ୍ନମାନତା ଓ କାର୍ଯ୍ୟରେ ଶିଥିଳତାକୁ ନେଇ ଅଭିଯୋଗ କରିବାକୁ ପଛାଇନାହାନ୍ତି।

ପ୍ରକାଶଯୋଗ୍ୟ ସମଗ୍ର ନବେଢା ଅଞ୍ଚଳ ଏବେ ଉତ୍ସବ ମୁଖର। ମା ବାସନ୍ତୀଦୂର୍ଗାଙ୍କ ପୂଜାଉତ୍ସବ ପାଇଁ ଗୁରୁଡିଝାଟିଆ,କୁମାରପୁର,ଗୋବରା ଆଧ୍ୟାତ୍ମିକ ଭାବରେ ଭରିଉଠିଛି। ଘରେ ଘରେ କୁଣିଆ। ଏଭଳିସ୍ଥିତିରେ ରାସ୍ତାକୁ ପିଚୁ କରାନଯାଇ ମେଣ୍ଟାଲ ପକାଇ ଛାଡିଦିଆଯିବା କେତେଦୂର ଯଥାର୍ଥ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି। ପ୍ରକାଶଯୋଗ୍ୟ ମହାବିଦ୍ୟାଳୟର ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସ୍ଥାନୀୟ ଜନସାଧାରଣ ଉକ୍ତ ରାସ୍ତା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଅଟନ୍ତି।

- Advertisement -

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଳି ଠାରୁ ବଳିପୁର ପର୍ଯ୍ୟନ୍ତ ୮କିମି ରାସ୍ତାର ଉନ୍ନତି ପାଇଁ ୩୧୫.୪୯ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଠିକାଦାରକୁ କାର୍ଯ୍ୟାଦେଶ ଦିଆଯାଇଛି। ଏଥିସହିତ ୫ବର୍ଷର ରକ୍ଷଣାବେକ୍ଷଣା ପାଇଁ ୮୮.୮୩ଲକ୍ଷ ଟଙ୍କା ଅନୁଦାନ ରହିଛି। କାର୍ଯ୍ୟାଦେଶର ଶେଷ ମେ ୧୮ ପର୍ଯ୍ୟନ୍ତ ରହିଅଛି। ବିଭାଗ ପକ୍ଷରୁ ତୁରନ୍ତ ଅନୁଧ୍ୟାନ କରାଯାଇ ତ୍ୱରିତ ଓ ସଠିକ୍ କାର୍ଯ୍ୟ କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories