www.samajalive.in
Sunday, December 14, 2025
26.1 C
Bhubaneswar

ତିନି ବର୍ଷରେ ବଜ୍ରପାତରେ ୮୮୧ ଜଣଙ୍କ ମୃତ୍ୟୁ

ଡେସ୍କ : ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ  ବଜ୍ରପାତରେ ୮୮୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏଥିନିମନ୍ତେ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୩୫ କୋଟି ୨୪ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ୨୦୧୫ ଏପ୍ରିଲ୍ ପହିଲାରୁ ବଜ୍ରପାତକୁ ରାଜ୍ୟ ସ୍ବତନ୍ତ୍ର ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବଜ୍ରପାତ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ବଜ୍ରପାତର ଆଗୁଆ ସୂଚନା ଜାଣିବା ପାଇଁ ଓଏସଡମା ପକ୍ଷରୁ ଆନ୍ତର୍ଜାତୀୟ ସଂସ୍ଥା ଆର୍ଥ ନେଟୱାର୍କ ସହ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ରାଜ୍ୟର ୮ଟି ସ୍ଥାନ ଯଥା- କେନ୍ଦୁଝର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ୱର, କଟକ ଓ ପାଣିକୋଇଲିଠାରେ ଲାଇଟିନିଙ୍ଗ୍ ଡିଟେକସନ୍ ସେନ୍ସର ସ୍ଥାପନ କରାଯାଇଛି। ଏହାଛଡ଼ା ଆର୍ଥ ନେଟୱାର୍କ ଦ୍ୱାରା ସ୍ଥାପିତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଥିବା ଡିଟେକସନ୍ ସେନ୍ସର ମାଧ୍ୟମରେ ରାଜ୍ୟରେ ବଜ୍ରପାତ ହେବା ସ୍ଥାନର ସୂଚନା ମିଳିପାରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories