www.samajalive.in
Sunday, December 14, 2025
26.1 C
Bhubaneswar

ଟୀକାକରଣ ଓ ସ୍ୱାସ୍ଥ୍ୟସେବା ଉପରେ ସଚେତନତା

ଭୁବନେଶ୍ୱର: ନିଜର ସ୍ୱାସ୍ଥ୍ୟ ଓ ଟୀକାକରଣ ପ୍ରତି ସମସ୍ତେ ସଚେତନ ହେବା ଓ ସରକାରଙ୍କର ପ୍ରଦତ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନା ବାବଦରେ ଜାଣିବା ଜରୁରୀ ବୋଲି ସ୍ଥାନୀୟ ପଥରବନ୍ଧ ବସ୍ତିଠାରେ ଆକ୍ସନଏଡ୍ ଓ ସିସିଡବ୍ଲ୍ୟଡିଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ସଚେତନତା ଅଭିଯାନରେ ମତ ପ୍ରକାଶ ପାଇଛି।

ମୁଖ୍ୟ ଅତିଥି ଭାବରେ ୱାର୍ଡ ନଂ-୧୭ ର କର୍ପୋରେଟର ପୂଜା ମହାରଣା ଯୋଗଦାନ କରି ସରକାରଙ୍କ ଉତ୍ତମ ସ୍ୱାସ୍ଥ୍ୟସେବା ଉପରେ ଅବଗତ କରାଇଥିଲେ। ଅନ୍ୟତମ ଅତିଥିଭାବରେ ଆଶାକର୍ମୀ ସୌଦାମିନି କାଠୁଆ, ସୁସ୍ମିତା ମହାନ୍ତି ଯୋଗାଦାନ କରି ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ, କୋଭିଡ଼ଟୀକା, ବୁଷ୍ଟର ଡୋଜ୍ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରାଇଥିଲେ।

- Advertisement -

ଏଥିରେ ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ଦାସ ଓ ସାମାଜିକ କର୍ମୀ ଦମୟନ୍ତୀ ସାହୁ ଯୋଗଦାନ କରି ଯୁବତୀ ମାନଙ୍କର ସ୍ୱାସ୍ଥ୍ୟସୁରକ୍ଷା ଉପରେ ଅବଗତ କରାଇଥିଲେ। ଟୀକାକରଣ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସିସିଡବ୍ଲ୍ୟୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭିକ ସୂଚନା ଭାସ୍କର ଚନ୍ଦ୍ର ପ୍ରଧାନ ପ୍ରଦାନ କରିଥିବା ବେଳେ ବିଷ୍ଣୁପ୍ରୀୟା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories