www.samajalive.in
Sunday, December 14, 2025
23.1 C
Bhubaneswar

ନୂଆପଡ଼ା ଗୋପୀପଦର ଛକରେ ମୃତ ଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଫୁଲବାଣୀ/ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ନୂଆପଡ଼ା ଗୋପୀପଦର ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଛକ ଠାରୁ ମାତ୍ର ୬୦ ରୁ ୭୦ ମିଟର ଦୂରରେ ରାସ୍ତା ମଝିରେ ଜଣେ ଯୁବକର କ୍ଷତ ବିକ୍ଷତ ମୃତ ଦେହ ପଡ଼ିଛି । ଗତକାଲି ବିଳମ୍ବିତ ରାତି ସମୟରେ କୌଣସି ଦୁର୍ବୃତ୍ତ ଜନୈକ ଯୁବକଙ୍କୁ ପଥରରେ ମୁଣ୍ଡରେ ଛେଚି ଓ ଗାମୁଛାରେ ବେକରେ ବାନ୍ଧି ହତ୍ୟା କରିଥିବା ଅନୁମାନ କରାଯାଉଛି। ନୂଆପଡ଼ା ଗାଁର କିଛି ଲୋକେ ରାତିରେ ଏହା ଦେଖିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ମୃତକଙ୍କ ପୁଅ ଫିରିଙ୍ଗିଆ ଥାନାକୁ ଜଣାଇବା ପରେ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ଆଜି ସକାଳେ ପରିବାର ତରଫରୁ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଏସଡିପିଓ ପ୍ରସନ୍ନ ମଲିକ ଓ ଅନୁସନ୍ଧାନ କାରୀ ଦଳରର ପ୍ରଭାତୀ ପଟ୍ଟନାୟକଙ୍କ ସହ ଏକ ସ୍ବତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଅନ୍ୟ ପଟେ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ମୃତ ବ୍ୟକ୍ତି ଜଣକ ଫିରିଙ୍ଗିଆ ପଞ୍ଚାୟତ ଗୋପି ପଦର ଗା ର ଜନେକ ମଲିକ ଏବଂ ବୟସ ୪୬ ବର୍ଷ ବୋଲି ପୁଲିସ ସୂଚନା ଦେଇଛି।

- Advertisement -

ପରିବାର ଲୋକଙ୍କ କହିବା ଅନୁସାରେ ଘଟଣା ଦିନ ଜନେକ ଘରୁ ପ୍ରତିଦିନ ଭଳି ସଲପରସ ପିଇବାକୁ ବୁଡ଼ା କାମ୍ବା ଯାଇ ଘରକୁ ଫେରିବା ସମୟରେ ଏପରି ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି। ଗୋପି ପଦର ଗାଁରେ ପୂର୍ବରୁ ବାରମ୍ବାର ଗୁଣି ସନ୍ଦେହ କରି ଗାଁ ର କିଛି ଲୋକେ ହତ୍ୟା ଧମକ ଦେଉଥିବା ବେଳେ ଅଳ୍ପ କିଛି ଦିନ ତଳେ ଜନେକକୁ ପାଣିରେ ମଳ ମିଶାଇ ଗାଁ ଲୋକେ ଜୋର୍ ଜବରଦସ୍ତ ପିଆଇ ବା ସହ ଗାଁ ରୁ ବାସନ୍ଦ କରିଥିବା କହିଛନ୍ତି ।

ଘଟଣାର ପୂର୍ବ ଦିନ ଏବଂ ଘଟଣା ଦିନ ଗୋପି ପଦର ଗାଁର କିଛି ଲୋକେ ହତ୍ୟା ଧମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଫିରିଙ୍ଗିଆ ପୁଲିସ ଏବଂ ଅନୁସନ୍ଧାନ ଦଳ ପହଞ୍ଚି ହତ୍ୟା ରେ ବ୍ୟବହୃତ ରକ୍ତ ଭିଜା ପଥର ଜବତ କରିଥିବା ଜଣା ପଡ଼ିଛି। ତେବେ ହତ୍ୟା ଘଟଣାକୁ ନେଇ ବୁଡାକମ୍ବା, ସୁନାକାଡୁ, ନୂଆପଡ଼ା, ଦୁମଦୁମା ଆଦି ଗାଁ ର ଜନସାଧାରଣ ହତ୍ୟା କାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଫିରିଙ୍ଗିଆ ପୁଲିସ ଫିରିଙ୍ଗିଆ ଥାନାରେ ହତ୍ୟା ସମ୍ପର୍କିତ ୪୯/୨୩ ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories