www.samajalive.in
Sunday, December 14, 2025
26.1 C
Bhubaneswar

୧୫ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ; ମାଫିଆ ଫେରାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଲାଣ ଓ ଚାଷ କମିବାରେ ନାଁ ଧରୁନି। ଗୋଟିଏ ପଟେ ଫିରିଙ୍ଗିଆ ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଧର ପଗଡ ସହ ଗଞ୍ଜେଇ ଜବତ ଏବଂ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଗୁରୁବାର ପୁଣି ଦେଢ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗାଁର ସୁନ୍ଦୁରୁମି ଜଙ୍ଗଲ ନିକଟ ରାସ୍ତାରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ପୁଲିସକୁ ଦେଖି ଚାଲାଣକାରୀ ଗଞ୍ଜେଇ ଛାଡ଼ି ଫେରାର ହୋଇଯାଇଥିବା ବେଳେ ପୁଲିସ ଚାଲାଣ ପାଇଁ ରଖା ଯାଇଥିବା ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛି।

ଅନ୍ୟପଟେ ଚାଲାଣ ହେଉଥିବା ଗଞ୍ଜେଇର ଓଜନ ୧୫ କ୍ବିଣ୍ଟାଲ ୪୮କେଜି ହୋଇଥିବା ବେଳେ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସଂକ୍ରାନ୍ତରେ ୪୮/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଫେରାର ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅଞ୍ଚଳ ବେଙ୍ଗେଶି ପଦର ଏବଂ ଜାରାପଙ୍ଗା ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କୁ ଧରିବାପାଇଁ ପ୍ରୟାସ ଜାରି ରହିଛି ଓ ଅଧିକ ତଦନ୍ତ ଚାଲିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories