www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ଚିନ୍ତା ବଢାଇଲା କରୋନା : ଦିନକରେ ୧୩୦୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ହଜାର ଟପିଛି ।  ଦିନକରେ ପୁଣି ଦେଶରେ ୧୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ  ସାରା ଦେଶରେ ଡାକ୍ତରଖାନା ଗୁଡିକରେ ପୁଣିଥରେ କୋଭିଡ ପରିଚାଳନା ମକଡ୍ରିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଜଟିଳ ମାମଲାର ଜେନୋମ ସିକ୍ଵେନ୍ସିଂ  କରିବାକୁ ସ୍ଥିର କରାଯାଇଛି।

ତେବେ ଦିନକରେ ୭୧୮ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କୋବିଡ ଆରୋଗ୍ୟ ହାର  ୯୮.୭୯ ପ୍ରତିଶତ ରହିଛି । ଦେଶରେ ୭ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି  ଏପର୍ଯ୍ୟନ୍ତ ୨୨୦କୋଟି ୬୫ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି। ଗତ ଦିନକ ମଧ୍ୟରେ ୭ହଜାର ୫୦୦ ପ୍ରତିଷେଧକ ଟିକା ଦିଆଯାଇଛି। ଏବେ କରୋନା ସଂକ୍ରମଣ ସହ ଏଚ୩ଏନ୨ ଫ୍ଲୁ ଦେଖା ଦେଇଥିବାରୁ ଏହା ଚିନ୍ତା ବଢ଼ାଇଛି । ଚଳିତ ମାର୍ଚ୍ଚ ମାସରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ଏହି ସମସ୍ୟାକୁ ଅଧିକ ଗମ୍ଭୀର କରିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories