www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତିଶୃତି ପରେ ପ୍ରତାରଣା : ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗଣ ଆନ୍ଦୋଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫୁଲବାଣୀ ବ୍ଲକର ବିଭିନ୍ନ ଗ୍ରାମରୁ  ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନର ସଦସ୍ୟ-ସଦସ୍ୟା ଏକାଠି ହୋଇ ବିଗତ ଦିନରେ  ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆଙ୍କ ଜରିଆରେ,  ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫୁଲବାଣୀ ବ୍ଲକର  ବିଭିନ୍ନ ଗ୍ରାମରେ ଥିବା ପିଇବା ପାଣି ସହିତ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମାଧାନ ନିମନ୍ତେ  ଏକ  ସର୍ଭେ ରିପୋର୍ଟ ପ୍ରଦାନ କରାଯାଇଥିଲା। ସେହି ସମୟରେ ବ୍ଲକ ପ୍ରଶାସନ ସେ ଦିଗରେ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ବୋଲି  ପ୍ରତିଶୃତି ଦେଇଥିଲେ।
ତେବେ  ସେହି ରିପୋର୍ଟ ଅନୁସାରେ ଆଜି ପର୍ଯ୍ୟନ୍ତ କିଛି  ଗ୍ରାମରେ ସମସ୍ୟାର ସମାଧାନ ହୋଇ ପାରି ନ ଥିବା ଦେଖିବାକୁ ମିଳିଛି। ତେଣୁ ବୁଧବାର ସଂଗଠନ ଏହି ପାନୀୟ ଜଳ ସମସ୍ୟା ଯଥା, ଅଚଳ ନଳକୂଅ ମରାମତି, ଅଚଳ ଷ୍ଟାଣ୍ଡ ପୋଷ୍ଟକୁ ସଚଳ କରିବା,  ଆବଶ୍ୟକ ଗାଁକୁ ନୂଆ ନଳ କୂପ,ଏବଂ ସୋଲାର ନଳକୂଅ ମଞ୍ଜୁରୀ କରିବା, ସହିତ ଅତି ଜରୁରୀ ଗ୍ରାମକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ସହିତ ଅନେକ ଅଙ୍ଗନୱାଡି କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ସହିତ  କିଶୋରୀ ବାଳିକାମାନଙ୍କର କୁପୋଷଣ  ଦୂର କରିବା  ଆଦି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।  ଆଗାମୀ ଦିନରେ ଯଦି ସରକାର ପାନୀୟ ଜଳ ସମସ୍ୟା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତେବେ ସଂଗଠନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦେବ ବୋଲି ପ୍ରଶାସନକୁ କଡା ଚେତାବନୀ ଦେଇଛନ୍ତି । ମହିଳା ଜୀବିକା ସୁରକ୍ଷା ମଞ୍ଚ ର ସଭାନେତ୍ରୀ ଏବଂ ସମ୍ପାଦକ  ମତ ପ୍ରକାଶ କରିଛନ୍ତି ଯେ ସ୍ୱାଧୀନତା ତାର ୭୫ ବର୍ଷ ପରେ ଵି ଗ୍ରାମଞ୍ଚଳର ଅତି ଆବଶ୍ୟକ ମୌଳିକ ସୁବିଧା ପାଇ ବାରେ ବଞ୍ଚିତ  ଅଛନ୍ତି।  ଆଜିର ଏହି  ଗଣ ଆନ୍ଦୋଳନରେ ଫୁଲବାଣୀ ବ୍ଲକର  ମହିଳା ଜୀବିକା ସୁରକ୍ଷା ମଞ୍ଚର ସଭାନେତ୍ରୀ  ସୁମତି ମୁଖି, ସମ୍ପାଦକ ତପସିନି ମୁଖି , ମାନିନି ବେହେରା, ଭାରତୀ  ରାଓ ,ସୁଚିତ୍ରା  ଦିଗାଲ, ବହୁ  ମହିଳା ଓ ପୁରୁଷ ଯୋଗ ଦେଇ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories