www.samajalive.in
Tuesday, December 9, 2025
16.1 C
Bhubaneswar

ଅଟୋରେ ପ୍ରସବ କଲେ ମହିଳା 

ଚାନ୍ଦିପୁଟ :  ପୁଣି ସାମ୍ନାକୁ ଆସିଲା ଜନନୀ ଜନନୀ ଯନ୍ତ୍ରଣାର ଦୁଃଖଦ ଚିତ୍ର । ମେଡିକାଲ ଯାଉଥିବା ବେଳେ ଅଧା ରାସ୍ତାରେ ଅଟୋରେ ପ୍ରସବ କଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ହୁଏରି ଗାଁରେ । ଗାଁର ଚନ୍ଦ୍ରକଳା ମଲ୍ଲିକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ନ ଡ଼ାକି ଗାଁର ଆଶା ଦିଦିଙ୍କ ସହାୟତାରେ ଏକ ଅଟୋ ଭଡ଼ା କରି ମହିଳାଙ୍କୁ ମେଡିକାଲ୍ ନେଉଥିଲେ। ତେବେ ମାତ୍ର ଦେଢ଼ କିମି ରାସ୍ତା ଅତିକ୍ରମ କରିବା ପରେ ଗାଣ୍ଡାପଦର ଗାଁ ନିକଟରେ ମହିଳା ଜଣଙ୍କ ଅଟୋରେ ଏକ ଶିଶୁ କନ୍ୟାକୁ ପ୍ରସବ କରିଥିଲେ। ମେଡିକାଲରେ ପହଞ୍ଚିବା ପରେ ଅଧିକ ଚିକିତ୍ସା ପାଇ ବର୍ତ୍ତମାନ ମାଆ ଓ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡ଼ାକ୍ତର ନମିତା ପଣ୍ଡା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories