www.samajalive.in
Monday, December 8, 2025
27.1 C
Bhubaneswar

‘ଆମ ସଂସ୍କୃତି ଆମ ଖେଳନା’ କର୍ମଶାଳା

ପିପିଲି : ସମଗ୍ର ଶିକ୍ଷା ଅଭିଯାନ, ପୁରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ବ୍ଲକ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ ଠାରେ ‘ଆମ ସଂସ୍କୃତି ଆମ ଖେଳନା’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନି କୁନି ପିଲାମାନଙ୍କୁ ଖେଳନା ମାଧ୍ୟମରେ ପାଠ ପଢାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାକୁ ସିଆର୍‌‌ସିସି ଚିନ୍ତାମଣି ଓଝା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମିଶ୍ର ଏବଂ ଗୋବିନ୍ଦପୁର ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଇତିଶ୍ରୀ ନାୟକ ପ୍ରମୁଖ ଉଦ୍‌‌ଘାଟନ କରିବା ଅବସରରେ କର୍ମଶାଳା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଛାତ୍ରଛାତ୍ରୀଙ୍କ ପାଠପଢାକୁ ଆନନ୍ଦ ଦାୟକ, ଆଗ୍ରହପୂର୍ଣ୍ଣ କରିବା ସହ ପିଲାମାନେ କିପରି ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ କିପରି ସ୍ୱଳ୍ପ ମୂଲ୍ୟରେ ଓ ବିନାମୂଲ୍ୟରେ ଶିକ୍ଷାଦାନ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ ସେ ସଂପର୍କରେ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷକ ଭାବେ ପିଙ୍କି ମିଶ୍ର, ମୋନାଲିସା ରାଉତ, ଛେତ ଖୁଣ୍ଟିଆ, ମଙ୍ଗୁଳି ମୁଦୁଲି ପ୍ରମୁଖ ଯୋଗଦେଇ ସଂସ୍କୃତି ଓ ପରମ୍ପରାକୁ ନେଇ ଶୈକ୍ଷିକ ଖେଳନା ପ୍ରସ୍ତୁତି ବାବଦରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସଞ୍ଜୀବ ରଥ, ସୁମନ୍ତ ବେହେରା, ଉମେଶ ନାୟକ, କଲ୍ୟାଣୀ ପଟ୍ଟନାୟକ, ବାସନ୍ତି ତ୍ରିପାଠୀ, ସସ୍ମିତା ମିଶ୍ର, କବିତା ତ୍ରିପାଠୀ, ରାଜଲକ୍ଷ୍ମୀ ସାମନ୍ତରାୟ, ଲକ୍ଷ୍ମୀଧର ପ୍ରଧାନ, ଜୟଲକ୍ଷ୍ମୀ ସ୍ୱାଇଁ, ସଂନ୍ଧ୍ୟାରାଣୀ ପାତ୍ର, ସ୍ନିଗ୍ଧା ପ୍ରଧାନ, ବେବିରାଣୀ ବେହେରା, ମିନତୀ ଦାସଙ୍କ ସମେତ ୩୫ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଯୋଗଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories